ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ଥାନା ଅଧୀନସ୍ଥ ସପିଆ ଗ୍ରାମରେ ଜଳନିଧି ଯୋଜନାରେ ବିଦ୍ୟୁତକରଣ ପାଇଁ ଚାଷୀ ଝସକେତନ ବେହେରା, ଭୀମସେନ ବେହେରା, ଗୌତମ ବେହେରା କଂସରଠାରୁ ଲାଇନ ସଂଯୋଗ କରିବାକୁ ବ୍ୟବସ୍ଥା କରିଥିଲେ ଆବଶ୍ୟକ ପରିମାଣର କେବଲ, ଲୁହା ଏଙ୍ଗଲ ଓ ଅନ୍ୟାନ୍ୟ ସାମଗ୍ରୀ କ୍ଷେତରେ ଥିବାବେଳେ କେତେକ ଦୁର୍ବୃତ୍ତ ଚୋରି କରି ନେଇଥିଲେ। ଏ ସଂପର୍କରେ ସେମାନେ ପଦ୍ମପୁର ଥାନାରେ ଅଭିଯୋଗ କରିବା ପରେ ଥାନାଧିକାରୀ ମମତା ନାଏକ ଖୋଳତାଡ଼ ଆରମ୍ଭ କରିଥିଲେ | ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୁଢ଼େରଖାର ଗ୍ରାମର ଡ୍ରାଇଭର ତାପସ ନନ୍ଦିଘୋଷକୁ ସନ୍ଦେହରେ ଥାନାକୁ ଆଣି ପଚରାଉଚୁରା କରିଥିଲେ । ସେ ସମସ୍ତ ଘଟଣା କହିବା ପରେ ପୁଢେରଖାର ର ଅନ୍ତର୍ଯ୍ୟାମୀ ରଣା ଓ ଡଙ୍ଗାଘାଟର ଦେବବ୍ରତ ବାଗଙ୍କୁ ପୁଲିସ ଆନାକୁ ଆଣିଥିଲା।ପଚରାଉଚୁରା ପରେ ସେମାନେ ମିନିଟ୍ରକ (ଓଡି ୧୭- ଜେଡ-୧୧୩୬)ରେ କେବଳ ଓ ଲୁହା ଏଙ୍ଗଲକୁ ପାଟଣାଗଡ଼ରେ ଏକ ଗୋଦାମରେ ରଖିଥିବା କହିଥିଲେ କେବୁଲ ୭୦ମିଟର, କେତେକ ଲୁହା ଏଙ୍ଗଲ ପୁଲିସ୍ ଜବତ କରିଥିଲା। ପାଟଣାଗଡ଼ ଗୋଦାମରେ ରହୁଥିବା ଉପେନ୍ଦ୍ର ବାଙ୍ଗା ଫେରାର ରହିଛି। ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ୍ ସୂଚନା ଦେଇଛି।
Sign in
Sign in
Recover your password.
A password will be e-mailed to you.