ପୁରେନା ରେ ପ୍ରଥମ ବିଶ୍ବ ଓଡ଼ିଆଭାଷା ସମ୍ମିଳନୀ ପାଳିତ l

0

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପୁରେନା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନବୀନ ଓଡିଶା ଅନ୍ତର୍ଗତ” ଭାଷା ଅତୀତର ଅସ୍ତିତ୍ବ, ଭାଷା ହିଁ ଭବିଷ୍ୟତ ” କୁ ଭିତ୍ତିକରି ପ୍ରଥମ ବିଶ୍ବ ଓଡ଼ିଆଭାଷା ସମ୍ମିଳନୀ ୨୦୨୪ ପାଳିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ସରପଞ୍ଚ ଶ୍ରୀମତୀ ଡଲି ବେହେରା ଏବଂ ସମ୍ମାନୀତ ଅତିଥି ଭାବରେ ପଞ୍ଚାୟତ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁ , ଶିକ୍ଷକ ଶ୍ରୀ ପ୍ରମୋଦ ନାଥ ଓ ଶ୍ରୀମତୀ ନନ୍ଦିନୀ ମିଶ୍ର ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏଥି ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ସଞ୍ଜୀବ ବେହେରା ପରିଚାଳନା କରିଥିବାବେଳେ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବାଳମୁକୁନ୍ଦ ସେନ୍ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.