ଅସ୍ତରଙ୍ଗ: ଭାଷା ହିଁ ଭବିଷ୍ୟତ । ଯେଉଁ ରାଜ୍ୟରେ ଭାଷା ଯେତେ ଉନ୍ନତ ସେ ରାଜ୍ୟ ସେତେ ସମୃଦ୍ଧ । ତେଣୁକରି ଓଡ଼ିଆ ଭାଷାକୁ ନେଇ ସରକାର ଗ୍ରହଣ କରିଥିବା କାର୍ଯ୍ୟ ବେଶ ପ୍ରଶଂସନୀୟ । ଓଡ଼ିଆ ଭାଷାର ବିକାଶ ଓ ପ୍ରସାର ପାଇଁ ଆଜିର ଦିନରେ ଭୁବନେଶ୍ୱରରେ ଏକ ସମ୍ମିଳନୀ ଅନୁଷ୍ଠିତ ହେଉଅଛି । ଯାହା ଫଳରେ କି ଭାଷା ଯୋଗୁଁ ଆଜି ଆମ ସମାଜ ଓ ସାମାଜିକ ବ୍ୟବସ୍ଥାରେ ଅନେକ ପରିବର୍ତନ ଘଟିଛି ବୋଲି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଛୁରୀଆନା ଗ୍ରାମପଞ୍ଚାୟତ ତରଫରୁ ଆୟୋଜିତ ଓଡ଼ିଆ ଭାଷା ସମ୍ମିଳନୀ ର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗଦେଇ ବକ୍ତା ମାନେ ନିଜର ମତ ବ୍ୟକ୍ତ କରିଛନ୍ତି ।
ବେଳାଭୂମି ସାହିତ୍ୟ ସଂସଦ ର ସାଧାରଣ ସମ୍ପାଦକ ଶ୍ରୀ ଦୁଃଶାସନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ସରପଞ୍ଚ କ୍ଷୀର କାଣ୍ଡି,ଶିକ୍ଷାବିତ୍ ପ୍ରମୋଦ କୁମାର ନାୟକ, ଚିତ୍ତରଞ୍ଜନ ବିଶ୍ଵାଳ,ବ୍ୟଙ୍ଗ କବି ସମ୍ପଦ ରଥ,ଶିକ୍ଷକ,ପ୍ରମୋଦ କୁମାର ପାଲ,ଓ ବଂଶୀଧର ବାରିକ ପ୍ରମୁଖ ଯୋଗ ଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେପରି ଭାବରେ ଓଡିଆଭାଷା ଓ ସାହିତ୍ୟ କୁ ବିଶ୍ୱଦରବାର ରେ ପ୍ରତିଷ୍ଠା କରିବାକୁ ପ୍ରୟାସ କରିବା ସହ ସାକ୍ଷୀଗୋପାଳ ରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବିଶ୍ବ ଓଡ଼ିଆ ସମ୍ମିଳନୀ କରି ଓଡ଼ିଆ ଜାତିର ଟେକ ସହ, ଭାଷା ର ସୁରକ୍ଷା ନେଇ ଯେଉଁ ସଂଗ୍ରାମ ଜାରି ରଖିଛନ୍ତି ତାହାର ଭୂୟସୀ ପ୍ରଶଂସା କରିଥିଲେ । ଭାଷା ସାହିତ୍ୟ ଉପରେ ହୋଇଥିବା ତର୍କ ଓ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ହୋଇଥିବା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସଫଳ ହୋଇଥିବା ଛାତ୍ର ଛାତ୍ରୀ,କବି କବୟିତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟ କ୍ରମରେ ମହିଳା,ଛାତ୍ର ଛାତ୍ରୀ,ପଞ୍ଚାୟତ ପ୍ରତିନିଧି ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସମ୍ମିଳନୀ ର ଉଦ୍ଘାଟନ ଉତ୍ସବ ଟିଭି ଦ୍ଵାରା ପ୍ରଦର୍ଶିତ କରାଯିବା ସହ ବନ୍ଦେ ଉତ୍କଳ ଜନନୀ ଗାନ କରା ଯାଇଥିଲା ।କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ମନସ୍ବିନୀ ଦାସ, ପଞ୍ଚାୟତ କର୍ମଚାରୀ ଲିଜାରାଣି ବେହେରା, ହଡୁ ବିଶ୍ଵାଳ,ଲକ୍ଷ୍ମୀଧର ବିଶ୍ୱାଳ ପ୍ରମୁଖ।
Sign in
Sign in
Recover your password.
A password will be e-mailed to you.