ଗୁଡ଼ଭେଲା: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ, ମହିପୁର ଠାରେ ଦ୍ଵିଦିବସୀୟ “ବାର୍ଷିକ କ୍ରୀଡା ପ୍ରତିଯୋଗିତା ୨୦୨୪” ଅନୁଷ୍ଠିତ ହୋଇଯାଇଛି । ନିକଟସ୍ଥ ମାଁ ମେଟାକାନିଙ୍କ ଠାରେ ପୂଜାର୍ଚ୍ଚନା କରାଯାଇ ମଶାଲ ଶୋଭାଯାତ୍ରା ନେଇ ବିଦ୍ୟାଳୟ ଖେଳ ପଡିଆରେ ସ୍ଥାପନ କରାଯାଇ ଖେଳ ଆରମ୍ଭ କରାଯାଇଥିଲା । ଏହି କ୍ରୀଡା ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ତୁଷୁରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭକ୍ତିଚରଣ ଦାସ ମୁଖ୍ୟଅତିଥିଭାବରେ ଯୋଗ ଦେଇ କ୍ରୀଡ଼ା ମହୋତ୍ସବକୁ ଉଦଘାଟନ କରିଥିଲେ । ଛାତ୍ର ଛାତ୍ରୀଙ୍କ ଠାରେ ରହିଯାଇଥିବା ଅନ୍ତର୍ନିହିତ କ୍ରୀଡା ପ୍ରତିଭା କୁ ଆଗେଇ ନେବା ସହ ଚିହ୍ନଟ କରିବା ହିଁ ହେଉଛି ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ବୋଲି କହିଥିଲେ ମୁଖ୍ୟ ଅତିଥି ମହୋଦୟ। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ଅନୁସୁୟା ପାତ୍ର , ସ୍ୱରୂପା ପାଢ଼ୀ ଓ ବିନ୍ଧ୍ୟାପ୍ରଭା ନାଗ୍ ମଞ୍ଚାସିନ ହୋଇଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିନୋଦ ଭୋଇ ଏହି କ୍ରୀଡ଼ା ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଥିଲେ । ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ ଫୁଟ ଥ୍ରୋ, ଡିସ୍କସ ଥ୍ର , ଜାଭେଲିନ ଥ୍ରୋ, ମ୍ୟୁଜିକ ଚେୟାର୍ , ଫୁଟବଲ୍, ଭଲି ବଲ୍ ଆଦି ବିଭିନ୍ନ ପ୍ରତିଯୋଗୀତା ଉପ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ ହୋଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନର ପ୍ରତିଯୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ବିଦ୍ୟାଳୟ ର ସହକାରୀ ଶିକ୍ଷକ ପୁରନ ମେହେର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷୟତ୍ରୀ ଓ କର୍ମଚାରୀ ଗଣ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.