ରାଉରକେଲା, (ବସନ୍ତ କୁମାର ଜେନା): ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ (ୟୁଜିଆଇଇ) ର ପ୍ରାକ୍ତନ ଛାତ୍ର ସଂଘଙ୍କ ବାର୍ଷିକୋତ୍ସବ ଟେକ୍ନୋଫିନିଟି ୨୦୨୪ ଆସନ୍ତା ୪ ତାରିଖ ଦିନ ୟୁଜିଆଇଇ ପରିସରରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ୟୁଜିଆଇଇ ଅଡିଟୋରିୟମ ଠାରେ ଆୟୋଜିତ ଏହି ସମ୍ବାଦିକ ସମ୍ମିଳନୀରେ ପ୍ରାକ୍ତନ ଛାତ୍ର ସଂଘର ସଭାପତି ଆଦିତ୍ୟ ମହାପାତ୍ର, ୟୁଜିଆଇଇ ର ଅଧ୍ୟକ୍ଷା ପ୍ରଗତି ଦାସ, ଉପସଭାପତି ପ୍ରଶାନ୍ତ କୁମାର ବେହେରା ଓ ବୈଲୋଚନ ସାମଲ, କୋଷାଧ୍ୟକ୍ଷ ଅନାଦି ଚରଣ ବିଶ୍ଵାଳ, ସ୍ମରଣିକା ଟେକ୍ନୋଫିନିଟି ର ମୁଖ୍ୟ ସମ୍ପାଦକ ପ୍ରସନ୍ନ କୁମାର ଆଚାର୍ଯ୍ୟ,ଡ ସୁଭାଷିନୀ ଜେନା, ସହ ସମ୍ପାଦକ ତଥା କାର୍ଯ୍ୟକ୍ରମ ପରିଚାଳନା ଅଧ୍ୟକ୍ଷ ଶୁଭେନ୍ଦୁ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହି ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ଆସନ୍ତା ୪ ତାରିଖ ଦିନ ଦିବା ୧୦ ଘଟିକା ଠାରୁ ରାତ୍ରୀ ୧୦ଟା ଯାଏ ଏହି କାର୍ଯ୍ୟକ୍ରମ ଚାଲିବ। ଏହି ବାର୍ଷିକୋତ୍ସବ ରେ ଆଲୁମିନୀ ତଥା କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ଆଲୁମିନୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ , ଆଲୁମିନୀ ତଥା ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଅତିଥି ଭାବେ ଯୋଗଦେବେ । ସେହିପରି ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମଧ୍ୟରେ ଆରଏସପ ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ, ଆଇଏଏସ ସୁବୋଧ ଚୌଧୁରୀ, ପୁରୁଷୋତ୍ତମ ସେଠୀ, ପଞ୍ଚାନନ ବେହେରା,ଡ଼ଃ ସୁରେନ୍ଦ୍ର ବିଶ୍ବାଳ, ସମୀର ଆଚାର୍ଯ୍ୟ, ପଦ୍ମନାଭ ମିଶ୍ର, ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେବେ। ଏହି ଅବସରରେ ୧୬ଜଣ ପ୍ରାକ୍ତନ ଅଧ୍ୟକ୍ଷ, ବରିଷ୍ଠ ଅଧ୍ୟାପକ, ଲାବେରେଟୋରୀ ଆସିଷ୍ଟାଣ୍ଟ ଏବଂ କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯିବ। ଏହା ସହ ଅଭିଜ୍ଞତା ବଣ୍ଟନ, ପରଷ୍ପର ମଧ୍ୟରେ ଭାବ ବିନିମୟ, ବିଭିନ୍ନ କ୍ଷେତ୍ର ତଥା ଶିଳ୍ପାନୁଷ୍ଠାନରେ ଆଲୁମିନୀଙ୍କ ଅବଦାନ ଓ ଉଲ୍ଲେଖନୀୟ ସଫଳତା, ୟୁଜିଆଇଇ ଛାତ୍ର ଛାତ୍ରୀଙ୍କ ମାନଙ୍କ ଭାଷା ଦକ୍ଷତା କୁ ଉନ୍ନତି କରିବା, ସେମାନଙ୍କୁ ପ୍ରତିଯୋଗୀ ମନସ୍କ ଓ ନିଯୁକ୍ତି ଉପଯୋଗୀ କରିବା ପାଇଁ ପ୍ରୋତ୍ସାହନ କରାଯିବ। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସାଧାରଣଜ୍ଞାନ ଓ ବକୃତା ପ୍ରତିଯୋଗିତା କରଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯିବ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦିଆଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଆଲୁମିନୀ ସର୍ବଶ୍ରୀ ଚକ୍ରଧର ପ୍ରଧାନ,ପଙ୍କଜ ସାମନ୍ତ, ରତ୍ନାକର ଖଣ୍ଡୁଆଳ, ଛବିତା ଦାସ, ବସନ୍ତ ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.