ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ

0 1

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଓଡ଼ିଶା ସରକାର ଏହି ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ ୨୦୧୩ ମସିହାରେ ଆରମ୍ଭ କରିଥିଲେ। ଦିଲ୍ଲୀର ନିର୍ଭୟା ବଳାତ୍କାର ଘଟଣା ଯେଭଳି ନ ଘଟେ ସେଥିପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଝିଅମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ପରିଚାଳନା କରିଥିଲେ ଏବଂ କ୍ରୀଡ଼ା ଅଧ୍ୟାପିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡା ଏବଂ ଜିଲ୍ଲା ଆତ୍ମରକ୍ଷା କୌଶଳ ସଂଯୋଜିକା ଶ୍ରୀମତୀ ଅନିତା ପାଢୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ନିର୍ଭୟା ଘଟଣାର ଉଦାହରଣ ଦେଇ ଝିଅମାନେ କିଭଳି ସଚେତନଶୀଳ ହେବେ ଓ ଆତ୍ମରକ୍ଷା ରଣ କୌଶଳ ଅବଲମ୍ବନ କରିବେ ତାହା ବୁଝେଇଥିଲେ।
ଇତିହାସ ଅଧ୍ୟାପକ ଡଃ ନୃସିଂହ ପାଣିଗ୍ରାହୀ ଇତିହାସର କେତେକ ସାହସିକ ନାରୀ ଯଥା ରାଣୀ ଲକ୍ଷ୍ମୀବାଇ , ରାଣୀ ଦୂର୍ଗାବତୀ , ରାଣୀ ଜୋଧା ଆକବର ଆଦିର ଉଦାହରଣ ଦେଇ ବର୍ତ୍ତମାନ ଯୁଗରେ ଝିଅମାନେ କିଭଳି ସାହାସୀ ହୋଇ ଆତ୍ମରକ୍ଷା କରିବେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମ ପରେ ପରେ ତିନି ଜଣ ଆତ୍ମରକ୍ଷା ପ୍ରଶିକ୍ଷିକା ଆତ୍ମରକ୍ଷା ପାଇଁ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ସମସ୍ତ ଛାତ୍ରୀ , ଅଧ୍ୟାପକ , ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave A Reply

Your email address will not be published.