କଟାବାହାଲ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

0 2

ଗାଇସିଲାଟ/ମନ ଡନସନା- ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି ।  ଆମ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ପଞ୍ଚାୟତସ୍ତରରେ ବିକାଶ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ଅନୁଦାନ ପ୍ରଦାନ କରାଯାଉଛି । ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶଧାରା ମାଧ୍ୟମରେ ଏକ ବିକଶିତ ଓଡିଶା ଗଠନ କରିବା ପାଇଁ ମଙ୍ଗ ଧରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଙ୍କୁ  ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ରେ ଅନୁଷ୍ଠିତ ପଞ୍ଚାୟତସ୍ତରୀୟ ସଚେତନତା ଶିବିରରେ ଯୋଗଦେଇ ମନ୍ତ୍ରୀ ରିତା ସାହୁ କୃତଜ୍ଞତା ଜଣାଇଛନ୍ତି ।ଏଥିସହିତ କଟାବାହାଲ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଏକ ପୁସ୍ତିକାକୁ ଶ୍ରୀମତୀ ସାହୁ ଉନ୍ମୋଚିତ କରିଥିଲେ । ସରପଞ୍ଚ ଅର୍ପିତା ପଣ୍ଡା ଙ୍କ ସଭାପତିତ୍ୱ ରେ ପଂଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହେବା ସହ ନିଜ ପଞ୍ଚାୟତର ରେ ହୋଇଥିବା ବିକାଶର ବିବରଣୀ ରଖିଥିବା ବେଳେ ଅନ୍ୟ ପଟେ ଅଧୁରା ଥିବା କାମ ଏବଂ ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ , ଉପାଧ୍ୟକ୍ଷା ଯଶୋବନ୍ତୀ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ନୀଳମଣି ବରିହା,ଗାଇସିଲେଟ ସରପଞ୍ଚ ଶରତ କାଲୋ,ଜାମୁଟପାଲି ସମିତି ସଭ୍ୟ ସରୋଜ ଶ୍ରୀଭୂଷଣ ସାହୁ, ତାଲପାଲି ସମିତି ସଭ୍ୟା ମିନତୀ ମାଝି , ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ତ୍ରୀପାଠୀ ନିର୍ବାହୀ ଯନ୍ତ୍ରୀ ଉଠା ଜଳ ସେଚନ ବରଗଡ଼, ଶ୍ରୀଯୁକ୍ତ ଉଦିତ କେରକେଟା ସହକାରୀ ନିର୍ବାହୀ ଯନ୍ତ୍ରୀ,ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମହାଳିକ ସହକାରୀ ଯନ୍ତ୍ରୀ , ନୋଡାଲ ଅଫିସର ମାନସ କୁମାର ଭୋଇ , ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭଗବାନ ସାହୁ , ଗ୍ରାମ ରୋଜଗାର ସେବକ ରୀନା ପାଣ୍ଡେ । ସମସ୍ତ ୱାର୍ଡ ସଭ୍ୟ /ସଭ୍ୟା,ଭଦ୍ରବ୍ୟକ୍ତି, ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଏମ.ବି.କେ , ସି.ଆର.ପି ମାନେ ଉପସ୍ଥିତ ଥିଲେ । ଏହି ଅବସରରେ କଟାବାହାଲ ଗ୍ରାମପଞ୍ଚାୟତ ରେ  ୨ କୋଟି ୫୧ ଲକ୍ଷ ୬୨ ହଜାର ଟଙ୍କା ବିନିମୟ ରେ ହୋଇ ଥିବା ୫ ଗୋଟି ଉଠା ଜଳ ସେଚନ ପ୍ରକଳ୍ପ ର ମନ୍ତ୍ରୀ ରିତା ସାହୁଙ୍କ କର କମଳ ରେ  ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି  ପ୍ରକଳ୍ପ ରେ ପ୍ରାୟ ୨୦୦ ହେକ୍ଟର ଜମି ଜଳ ସେଚିତ ହୋଇ ପାରିବ ଯାହା ଦ୍ଵାରା ଅନେକ ଚାଷୀ ଉପକୃତ ହୋଇ ପାରିବେ ।  ରାଜ୍ୟ ସରକାର ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଏବଂ ଜନସାଧାରଣଙ୍କ ସୁବିଧା ଲାଗି କି ପ୍ରକାର ଯୋଜନା ଗୁଡିକ କରିଛନ୍ତି ଓ ତାହାର କିପରି ସୁବିଧା ପାଇପାରିବେ ତାକୁ ନେଇ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଜନସାଧାରଣଙ୍କୁ ସଚେତନତା କରିଥିଲେ । ଏହି ଅବସର ରେ ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କ ରେ ପାଲା, କରମସାନି , ଡ଼ାଲଖାଇ ମାଧ୍ୟମରେ ସ୍ଥାନୀୟ ଜନସାଧାରଣ ଙ୍କୁ ବିଭିନ୍ନ ସଚେତନତା କରାଯାଇଥିଲା ଏବଂ କଳାକାର ମାନଙ୍କୁ ମଞ୍ଚ ରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.