ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ବାଲେଶ୍ଵର ବସ୍ତା ର ନ୍ୟୁଜ୍ ୱ।ରେଲ୍ଡ ୨୪ ର ଯୁବ ସାମ୍ବାଦିକ ଙ୍କ ଆକସ୍ମିକ ବିୟୋଗରେ ଭଞ୍ଜନଗର କବି ସମ୍ରାଟ ମିଡ଼ିଆ କ୍ଲବ ଦ୍ୱାରା ଆଜି ଏକ ଶୋକ ସଭା ସହିତ ସହରରେ ଏକ କ୍ୟାଣ୍ଡଲ୍ ରାଲି ଅନୁଷ୍ଠିତ ହୋଇଯାଇଅଛି।
ଉକ୍ତ ଅନୁଷ୍ଠାନ ର ସଭ୍ୟ ମାନେ ଆଜି ଫେବ୍ରୁଆରୀ ୨ ତାରିଖ ୨୦୨୪ ଶୁକ୍ରବାର ସନ୍ଧ୍ୟା ୭ ଘଣ୍ଟିକା ସମୟରେ ଉକ୍ତ ଅନୁଷ୍ଠାନ ର ଉପସଭାପତି ଙ୍କ ବାସ ଗୃହରେ ଏକ ସ୍ମୃତି ସଭା ର ଆୟୋଜନ ମଧ୍ୟ କରିଥିଲେ। ସଭ୍ୟ ମାନେ ମନୋରଞ୍ଜନ ପ୍ରଧାନ ଙ୍କ ସ୍ମୃତି ଚାରଣ କରିବା ସହ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ର ନିରବ ପାର୍ଥନା କରିଥିଲେ ଓ ପରେ ପରେ ଏକ କ୍ୟାଣ୍ଡେଲ ରାଲି ବାଉଁସଲୁଣ୍ଡି ଠାରୁ ବାହାରି ଭଞ୍ଜନଗର ପ୍ରେସ କ୍ଲବ ପ୍ରଯ୍ୟନ୍ତ ହୋଇଥିଲା। ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ କବି ସମ୍ରାଟ ମିଡ଼ିଆ କ୍ଲବ ର ସମସ୍ତ ସଭ୍ୟ ତଥା ସଭାପତି ପ୍ରଦୀପ ସ୍ୱାଇଁ,ଉପସଭାପତି ପୁରୁଷୋତ୍ତମ ମହାପାତ୍ର,ସଂପାଦକ ଚିନ୍ମୟ ବେବର୍ତ୍ତା, ସହ ସମ୍ପାଦକ ଉଦୟନାଥ ପଣ୍ଡା, ସଂଯୋଜକ ରଞ୍ଜିତ ଜେନା ଓ ଦିଲୀପ ପଗଡ଼,ସନ୍ତୋଷ ଗୌଡ଼, ଆଶିଷ ଗୌଡ଼, ସନ୍ତୋଷ ଜେନା, ରଂଜନ ବେହେରା, ସପନ ସେଠି, ଅକ୍ଷୟ, ଅକ୍ଷୟ ନାୟକ, ପ୍ରଫୁଲ୍ଲ ମହାରଣା,ସୁଶାନ୍ତ ଗୌଡ଼ ତଥା ବରିଷ୍ଠ ଶ୍ରମିକ ନେତା ହରେ କୃଷ୍ଣ ସାହୁ,ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୋୖରୀ ଶଙ୍କର ଶତପଥି ପ୍ରମୁଖ ଯୋଗ ଦେଇଥିଲେ। କବି ସମ୍ରାଟ ମିଡ଼ିଆ କ୍ଲବ ର ସଭ୍ୟ ମାନେ ଉପଜିଲ୍ଲାପାଳ ମାଧ୍ୟମରେ ମନୋରଞ୍ଜନ ଙ୍କ ପରିବାରକୁ ଆର୍ଥିକ ସହଯୋଗ ପାଇଁ ଦାବି ରଖିଛି।