ଜଗତସିଂହପୁର,ତା-୦୧.୦୨.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଆଶ୍ରମପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ନୂଆ -ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି I ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ୍ୟ ରବିନାରାୟଣ ରଥଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟକ,ପ୍ରଜ୍ଞାଶିରୋମଣି ପ୍ରତିଷ୍ଠାନର ପ୍ରତିଷ୍ଠାତା ତଥା ପାରାଦ୍ୱୀପ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ସୁଧାକର ଦାସ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ବଂଶୀଧର ବେହେରା,ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ସାହୁ, ମୁଖ୍ୟବକ୍ତା ଭାବେ ପାରାଦ୍ୱୀପ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ବିଶ୍ୱାଳ, I Y D P ର ନୋଡାଲ ଅଧିକାରୀ ଲଷ୍ମୀଧର ପ୍ରଧାନ, ଅଧ୍ୟାପକ ପିତାମ୍ବର ସାହୁ,ଅଧ୍ୟାପକ ଲୋଚନ କୁମାର ପତି ଯୋଗ ଦେଇଥିଲେ I ଡାକ୍ତର ଦାସ ଏହି ଉତ୍ସବକୁ ଉଦଘାଟନ କରିଥିଲେ I ନିଜର ବକ୍ତବ୍ୟରେ ଓଡ଼ିଆ ଭାଷାର ଗୁରୁତ୍ୱ ଏବଂ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ I ମୁଖ୍ୟ ବକ୍ତା ସୁବାସ ବିଶ୍ୱାଳ ଜଗନ୍ନାଥ ଚେତନା ତଥା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ବଳିଷ୍ଠ ମତ ପ୍ରକାଶ କରିଥିଲେ I ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ପ୍ରଧାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ I ଅଧ୍ୟାପକ ପିତାମ୍ବର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପକ ଲୋଚନ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଉତ୍ସବରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇ ସାଫଲ୍ୟମଣ୍ଡିତ କରିଥିଲେ I
Sign in
Sign in
Recover your password.
A password will be e-mailed to you.