ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ଓଡ଼ିଆ ଭାଷା ପ୍ରତିଯୋଗିତା କାର୍ଯ୍ୟକ୍ରମ

4

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ଓଡ଼ିଆ ଭାଷା ପ୍ରତିଯୋଗିତା କାର୍ଯ୍ୟକ୍ରମର ଉଦଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ସଭା ପରିଚାଳନା କରିଥିଲେ। ନୋଡାଲ ଅଧିକାରୀ ଡଃ ବାଗ୍ମୀ ରଂଜନ ଏହି କାର୍ଯ୍ୟକ୍ରମର ଗୁରୁତ୍ବ ଏବଂ ଓଡ଼ିଆ ଭାଷାର ସୁଦୀର୍ଘ ଇତିହାସ ବିଷୟରେ ଆଲୋଚନା କରିଥିଲେ।
ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉଭୟର ସାମାଜିକ ଜୀବନ ସହ କିପରି ଅଙ୍ଗାଙ୍ଗୀ ଭାବରେ ଜଡିତ ତାହା ଦର୍ଶାଇ ଥିଲେ। ସଭାର ସମ୍ମାନିତ ଅତିଥି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଜିତେନ୍ଦ୍ର ନାଥ ପଟ୍ଟନାୟକ ଓଡ଼ିଆ ଭାଷାର ସୁରକ୍ଷା ଏବଂ ଏହାର ଆବଶ୍ୟକତା ଉପରେ ମତ ରଖିଥିଲେ। ସଭାର ମୁଖ୍ୟବକ୍ତା ବିଶିଷ୍ଟ ଶିକ୍ଷାବିତ୍ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ବିନୋଦ ଚନ୍ଦ୍ର ଜେନା ମା ମାଟି ଏବଂ ମାତୃଭାଷାର ଆବଶ୍ୟକତା ଏବଂ ଜଗନ୍ନାଥ ସଂସ୍କୃତି ଉପରେ ବିଶଦ ବକ୍ତବ୍ୟ ରଖିଥିଲେ।
ପରିଶେଷରେ ଇତିହାସ ଅଧ୍ୟାପକ ଡଃ ନୃସିଂହ ପ୍ରସାଦ ପାଣିଗ୍ରାହୀ ଓଡିଆ ଭାଷାର ବର୍ତ୍ତମାନ ସ୍ଥିତି ଉପରେ ମତ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅନ୍ୟାନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ ଅଣଶିକ୍ଷକ କର୍ମଚାରୀଙ୍କ ବିଶେଷ ସହଯୋଗ ରହିଥିଲା।
କାର୍ଯ୍ୟକ୍ରମର‌ ଦ୍ବିତୀୟ ପର୍ଯ୍ୟାୟରେ ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.