ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ମିଶନ ଶକ୍ତି କବି ସମ୍ମିଳନୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କବି ସମ୍ମିଳନୀରେ ଜିଲ୍ଲାର ସମସ୍ତ ବ୍ଲକର ୫୦ ଜଣ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗଦାନ କରି ନିଜସ୍ୱ କବିତା ଆବୃତ୍ତି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୩ ଜଣଙ୍କୁ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଯୋଗଦେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ମଧ୍ୟ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା।
ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ଓଡ଼ିଆ ଭାଷାର ସମ୍ମାନତା ପାଇଁ ଆଜିର ଏହି ସମ୍ମିଳନୀରେ ଆଲୋକପାତ କରାଯାଇଥିଲା। ଏଥିରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଞ୍ଜମଣୀ ନାୟକ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ପ୍ରୋଗ୍ରାମ ଅଫିସର , ଜିଲ୍ଲା ପ୍ରକଳ୍ପ ସଂଯୋଜକ , ମିଶନ ଶକ୍ତି , ଶ୍ରୀ ଟିମନ୍ ବରା , ମିଶନ ଶକ୍ତି ସହ ସଂଯୋଜକ , ଶ୍ରୀମତୀ ମନସ୍ମିତା ପାତ୍ର , ସ୍ନାତକ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ଼. କଲ୍ୟାଣୀ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post