ରାନ୍ଦିଆ ପଞ୍ଚାୟତରେ ନୂତନ କଲ୍ୟାଣମଣ୍ଡପ ଉଦ୍ଘାଟିତ

0

 ଭଦ୍ରକ (ସତ୍ୟ ଭୂଷଣ ସ୍ୱାମୀ ) : ଭଦ୍ରକ ବ୍ଲକସ୍ଥିତ ରାନ୍ଦିଆ ପଞ୍ଚାୟତରେ ପଞ୍ଚାୟତ ସମିତି ସହାୟତାରେ ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ସୁଦୃଶ୍ୟ କଲ୍ୟାଣମଣ୍ଡପକୁ ପ୍ରାକ୍ତନମନ୍ତ୍ରୀ ତଥା ଜିଲ୍ଲାର ବରିଷ୍ଠ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଏହି ଉପଲକ୍ଷେ ନୂତନ କଲ୍ୟାଣ ମଣ୍ଡପ ପରିସରରେ ରାନ୍ଦିଆ ସରପଞ୍ଚ ମନୋରଞ୍ଜନ ପୁହାଣଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ଶ୍ରୀ ପଟ୍ଟନାୟକ ଯୋଗ ଦେଇ ସଦାସର୍ବଦା ବିଜେଡ଼ି ସହ ରହିବାକୁ କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ ସଂଗଠକ ତଥା ଜିଲ୍ଲା ବିଜେଡ଼ିର ଉପସଭାପତି ଅସିତ୍ ପଟ୍ଟନାୟକ (ବୁଲୁ) ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଯୋଗୁଁ ଗ୍ରାମାଞ୍ଚଳରେ ବିକାଶ ଧାରା ବୃଦ୍ଧି ପାଇଛି । ତେଣୁ ଆଗାମୀ ଦିନରେ ବିଜେଡ଼ି ଦଳକୁ ଆହୁରି ତୃଣମୂଳ ସ୍ତରରୁ ମଜବୁତ୍ କରିବା ପାଇଁ ନିବେଦନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ବରିଷ୍ଠ ବିଜେଡ଼ି ନେତା ତଥା ପ୍ରାକ୍ତନ ସରପଞ୍ଚ ଅର୍ଜ୍ଜୁନ ଚରଣ ମହାନ୍ତି, ବରିଷ୍ଠ ବିଜେଡ଼ି ନେତା ରାଧାକାନ୍ତ ସାମଲ, ନଗର ବିଜେଡ଼ି ସଭାପତି ଶରତ ସ୍ୱାଇଁ, ସମାଜସେବୀ ଶ୍ରୀକାନ୍ତ ମହାପାତ୍ର, ପ୍ରାଧ୍ୟାପକ ବଳରାମ ମିଶ୍ର, ସମିତି ସଭ୍ୟା ରଶ୍ମିତା ମହାପାତ୍ର, ଆଇନଜୀବୀ ସନ୍ତୋଷ ଦାସ, ଫେକର ୟୁନିୟନର ସାଧାରଣ ସମ୍ପାଦକ ସୁଜତ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସ୍ଥାନୀୟ ଟାଣୁଆ ଯୁବନେତା ପିଣ୍ଟୁ ମିଶ୍ର, ପିଣ୍ଟୁ ମହାପାତ୍ର, ବୁଲୁ ମହାପାତ୍ର, ବାପୁନା ମିଶ୍ର, ଚାନ୍ଦିଆ ଉପାଧ୍ୟାୟ ଜାଡ଼ୁ ଓଝା ଏହି ସଭାକୁ ପରିଚାଳନା କରିଥିବାବେଳେ ସଭା ପ୍ରାରମ୍ଭରୁ ଉପରୋକ୍ତ ନେତୃବୃନ୍ଦଙ୍କୁ ରାନ୍ଦିଆ ପଞ୍ଚାୟତର ଘରକୁ ଘର ବୁଲାଇ ନବୀନ ସରକାରଙ୍କର କଲ୍ୟାଣକାରୀ ଯୋଜନା ସମ୍ପର୍କରେ ବୁଝାଇ କହୁଥିବା ଦେଖିବାକୁ ମିଳିଥିଲା । ଅନ୍ୟମାନଙ୍କ ମଧ୍ୟରେ ଅନିଲ ତ୍ରିପାଠୀ , ରାଜ୍ୟ ଛାତ୍ରବିଜେଡ଼ିର ସଂଗଠନ ସମ୍ପାଦକ ଆଶୁତୋଷ ପଣ୍ଡା, ରାଜେଶ ଦାସ, ମାନସ ମହାପାତ୍ର, ରଣଜିତ୍ ଲାହା, ଦୀପୁ ମିଶ୍ର, ବଳିଆ ପଲାଇ, ସିପୁନ ଉପାଧ୍ୟାୟ, ବିଭୂ ମଲ୍ଲିକ, ମନ୍ତ୍ରୀ ବିଶ୍ୱାଳ, ଚଗୁଲୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.