ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆଁ-ଓ ଯୁବ ଓଡିଶା ନବୀନ ଓଡିଶା ଓଡ଼ିଆ ଭାଷା ସାହିତ୍ୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି କାର୍ଯ୍ୟକ୍ରମ ଉଦଯାପନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମନ୍ବିତ ନୂଆ-ଓ ଯୁବ ଓଡିଶା ନଵୀନ ଓଡିଶା ତଥା ଓଡିଆ ଭାଷା ସାହିତ୍ୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି କାର୍ଯ୍ୟକ୍ରମର ଉଦ୍ଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚଳିତ ପବିତ୍ର ସାଧାରଣତନ୍ତ୍ର ଦିବସରେ ଦିନ ଘ.୧୧.୦୦ମି ରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୋରତା ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ସାହିତ୍ୟିକ ସମାଲୋଚକ ଲୋକ- ସାହିତ୍ୟ ସଂସ୍କୃତିର ଗବେଷକ ଡଃ. ପ୍ରଦୀପ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ଅଧ୍ୟକ୍ଷ ଡଃ.ରଂଜନ କୁମାର ପ୍ରଧାନଙ୍କ ସଭାପତିତ୍ୱ ରେ ଆଇ.ୱାଇ.ଡ଼ି.ପି ଅଧିକାରୀ ଡଃ. ପ୍ରଦ୍ୟୁମ୍ନ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ପ୍ରଥମେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ବିରେନ୍ଦ୍ର ନାଥ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ୟାନ୍ୟ ପରିଚାଳନା କମିଟି ଏସ୍.ରାଜେଶ୍ବର ପୃଷ୍ଟି, ବିରଞ୍ଚି କୁମାର ଲେଙ୍କା, ଭାଗିରଥି ପାଢୀ, ହରିହର ମିଶ୍ର, ଅଲେଖ ସ୍ବାଇଁ, ରଜତ କୁମାର ଆରୁଖ,ଦୁଃଖଶ୍ୟାମ ବେହେରା, ଶର୍ମିଷ୍ଠା ମିଶ୍ର,ଶାନ୍ତିଶ୍ରୀ ମିଶ୍ର, କୁମାରୀ ଜ୍ୟୋସ୍ନାରାଣି ଆଚାରୀ, ଶିକ୍ଷାର ସହାୟକ ହେମନ୍ତ ନାୟକ, ସହାୟକ ପ୍ରଦୀପ କୁମାର ଶତପଥୀ, ଅବନି ରାହା, ବିଶ୍ବନାଥ ଡାକୁଆ, କ୍ରୀଡା ଶିକ୍ଷକ ସନ୍ତୋଷ ପଲ୍ଲେଇ, ପ୍ରଶାନ୍ତ ପ୍ରଧାନ, ଡିଇ.ଓ ପ୍ରଶାନ୍ତ ମହାନ୍ତି, ଶ୍ରୀମତୀ ତ୍ରିପାଠୀ ବରିଷ୍ଟ କିରାଣୀ ରାଧାମୋହନ ଦାସ, ଯୋଗେନ୍ଦ୍ର ରେଡ୍ଡୀ, ଦିଲ୍ଲିପ ପାତ୍ର, ବଳରାମ ଜେନା, ନାରାୟଣ ରେଡ୍ଡୀ ପ୍ରମୁଖ ସହଯୋଗ କରିଥିଲେ | ମୁଖ୍ୟ ବକ୍ତାଙ୍କ ଅଭିଭାଷଣ ପରେ ଛାତ୍ର ଛାତ୍ରୀଙ୍କୁ ଚମ୍ପିୟାନ ଟ୍ରଫିର ପୁରସ୍କାର ବିତରଣ କରାଯାଇଥିଲା। ମାନ୍ୟବର ବିଧାୟକଙ୍କ କରକମଳରେ ବିଦ୍ୟାଳୟର ଦୀର୍ଘଦିନର ରହିଥିବା ପିଇବା ପାଣି ଅସୁବିଧା ଦୂର କରିବା ପାଇଁ ଏକ୍ଵାଗାର୍ଡର ଫିଲ୍ଟର ବ୍ୟବସ୍ଥା କରି ଉଦ୍ଘାଟନ କରିଥିଲେ। ବାଣିଜ୍ୟ ବିଭାଗର ଅଧ୍ୟାପକ ପବିତ୍ର ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଷରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଜଳପାନ ଓ ଭୋଜନର ବ୍ୟବସ୍ଥା କରାଯାଇଥିଲା।