ନିଖିଳ ଓଡ଼ିଶା ବାଣାୟତ ଓଡ଼ିଆ ସମାଜର ବନ୍ଧୁମିଳନ ଓ ବାର୍ଷିକୋତ୍ସବ

3

ରାଉରକେଲା, (ବସନ୍ତ କୁମାର ଜେନା):ନିଖିଳ ଓଡ଼ିଶା ବାଣାୟତ ଓଡ଼ିଆ ସମାଜ ରାଉରକେଲା ତାଲୁକା ର ବନ୍ଧୁମିଳନ ଓ ବାର୍ଷିକୋତ୍ସବ ୨୦୨୪ ସେକ୍ଟର ୩ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଡ୍ଗ ଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।
ସମାଜ ର ସଭାପତି ଅଭିରାମ ପ୍ରଧାନଙ୍କ ସଭାପତିତ୍ବ ଓ ସଂଯୋଜନା ତଥା ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ବାବାମଣୀ ପରିଡ଼ା, ଦୀନବନ୍ଧୁ ଭୋଳ, ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ସାଧାରଣ ସମ୍ପାଦକ ଶଶଧର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମାଜ ର ସଦସ୍ୟ ମାନଙ୍କ ମଧ୍ୟରେ ଭାଇଚାରା ଓ ଐକ୍ୟବଦ୍ଧତା ତଥା ପରସ୍ପର ମଧ୍ୟରେ ସହାନୁଭୂତିଶୀଳ ହେବାପାଇଁ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ସଦସ୍ୟ ପ୍ରକାଶ ଚନ୍ଦ୍ର ପଲେଇ ଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନ ତରଫରୁ କବି କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ବିଶ୍ବଜିତା ମହାପାତ୍ର,ଇନ୍ଦ୍ରାବଳୀ ମିସ୍ତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା ଶଙ୍ଖନାଦ, ଝୋଟି, ଚିତ୍ରାଙ୍କନ,ହୁଳହୁଳି, ମ୍ୟୁଜିକ ଚେୟାରରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପସଭାପତି ବାବୁଲା ନାହାକ,ସହ ସମ୍ପାଦକ ଅଜିତ କୁମାର ପୃଷ୍ଟି, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ଜେନା, ଅନ୍ତର୍ଯ୍ୟାମୀ ପରିଡା, ଭିକାରୀ ସ୍ବାଇଁ, ନଳିନୀ ନାହାକ, ସୁବାସିନୀ ପରିଡା,ହେଲେନ ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ଅଶୋକ ବିଶ୍ବାଳ ଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.