ଦୁର୍ନୀତି ନିବାରଣ ସଚେତନ ସପ୍ତାହ ଅବସରରେ ଶପଥ ପାଠ ।

0

ପଦ୍ମପୁର-ଦୁର୍ନୀତି ନିବାରଣ ସଚେତନ ସପ୍ତାହ ଅବସରରେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଦୁର୍ନୀତି ନିବାରଣ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରାକର କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଏବଂ ଅଧିକାରୀ ମାନଙ୍କୁ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ ।ପ୍ରାରମ୍ଭରେ ଲୋକସମ୍ପର୍କ ସୂଚନା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଦୁର୍ନୀତି ନିବାରଣ ସଚେତନ ସପ୍ତାହ ପାଳନର ଆଭିମୁଖ୍ୟ ଉପରେ ମତାମତ ରଖିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ କର୍ମଚାରୀ ତଥା ଅଧିକାରୀବୄନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.