ବେଲଗୁଣ୍ଠା,-(ଶିବରାମ ଚୌଧୁରୀ ))-,ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରୀୟବରପୂର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ – ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଆନୁକୁଲ୍ୟରେ ” ଭଞ୍ଜ ସାହିତ୍ୟରେ ଓଡ଼ିଆ ସଂସ୍କୃତି ” ଶୀର୍ଷକ ଆଲୋଚନା ଚକ୍ର ହୋଇଯାଇଛି । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ” ନୂଆ – ଓ” ନୋଡାଲ ଅଧିକାରୀ ଦେବେଶ ଚନ୍ଦ୍ର ମହାପାତ୍ର ସଂଯୋଜନା କରିଥିଲେ। ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ନୋଡାଲ ଅଧିକାରୀ ତ୍ରିନାଥ ବେହେରା ସ୍ବାଗତ ଭାଷଣ ଦେବା ସହ ଅତିଥିଙ୍କ ସମ୍ବର୍ଦ୍ଧନା ଓ ମାନପତ୍ର ପଠନ କାର୍ଯ୍ୟ ସମ୍ପାଦନା କରିଥିଲେ । ମୁଖ୍ୟ ଅତିଥି ତଥା ଆଲୋଚନା ଚକ୍ରର ସାଧନ ବ୍ୟକ୍ତି ଡ. ପ୍ରଦୀପ କୁମାର ପଟ୍ଟନାୟକ ଆଲୋଚନା ଚକ୍ରର ଶୁଭାରମ୍ଭ କରିବା ସହ ” ଭଞ୍ଜ ସାହିତ୍ୟରେ ଓଡ଼ିଆ ସଂସ୍କୃତି” ଶୀର୍ଷକ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥିଙ୍କୁ ଅଧ୍ୟକ୍ଷ ଅଙ୍ଗବସ୍ତ୍ର , ପୁଷ୍ପଗୁଚ୍ଛ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ବୃନ୍ଦ ଯଥାକ୍ରମେ ରୁନିବାଳ। ତ୍ରିପାଠୀ , ଦିପୁ ଭୂୟାଁ, ପି ଦୀପକ ରାଓ, ପିଙ୍କି ପୋଲେଇ, ସୌମେନ୍ଦୁ ପଣ୍ଡା , ପ୍ରଦୀପ ଦିଗାଲ , ବିଭୂତି ଗୌଡ଼ , ଗଙ୍ଗାଧର ରଣା, ଗାଙ୍ଗୁଲି ପାଲଟାସିଂ,ଜୟଶ୍ରୀ ସେଠୀ, ଭାରତୀ ବିଶ୍ଵାଳ, ସ୍ୱରୂପା ରାଣୀ ବିଶ୍ଵାଳ, ଶୁଶାନ୍ତ କୁମାର ଲେଙ୍କା, ପଦ୍ମ ଚରଣ ନାୟକ, ବଳରାମ ଗୌଡ଼, ମହେଶ୍ୱର ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post