ଅଞ୍ଚଳ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମର ଉଦଯାପନୀ ଉତ୍ସବ ଅନୁଷ୍ଠିତ l

0 3

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମେଳନ ପ୍ରକୋଷ୍ଠ ରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ର ଉଦଯାପନୀ ଉତ୍ସବ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ଯକ୍ରମ ଟି ଗତ ଜାନୁଆରୀ ୧୨ ତାରିଖ ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏହି କାର୍ଯ୍ଯକ୍ରମ ରେ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ତାଲିମ ଦିଆଯାଇଥିଲା l ଏହାର ପରିଚାଳନା ଅଧ୍ୟାପିକା ବୁନି ସାହୁ କରିଥିଲେ। ଏହି ଉଦଯାପନୀ ଉତ୍ସବ ରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଛାତ୍ରୀ ମାନଙ୍କୁ ଯେକୌଣସି ପରିସ୍ଥିତିରେ ହାର୍ ନ ମାନି ଉଚ୍ଚତାର ଅଭିଳାଷ ରଖିବା ପାଇଁ ଉତ୍ସାହିତ କରିଥିଲେ। ପ୍ରଧ୍ୟାପିକା ଶ୍ରୀମତୀ ତାପିନୀ ପଣ୍ଡା ବକ୍ତା ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ପାଇଁ ଆତ୍ମ-ବିଶ୍ୱାସ ରଖିବା ସହ ସେଫଟୀ ପିନ ଓ ସ୍ପ୍ରେ ରଖିବା ପାଇଁ କହିଥିଲେ। ଅଧ୍ୟାପିକା ଶ୍ରୀମତୀ ଶର୍ମିଲା ପଣ୍ଡା ମଧ୍ୟ ବକ୍ତା ଭାବେ ଯୋଗ ଦେଇ ଆତ୍ମ ସୁରକ୍ଷା ତାଲିମ କୁ ଭୁଲ ସ୍ଥାନ ରେ ପ୍ରୟୋଗ ନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ପରେ ଛାତ୍ରୀ ବର୍ଷା ଏହି ତାଲିମ ର ଅଭିଜ୍ଞତା ଉପସ୍ଥାପନ କରିଥିଲେ ଏବଂ ସନ୍ତୋଷିନି, ସ୍ମୃତି ଓ ଶକ୍ତି ସ୍ୱରୂପା ଆତ୍ମ ସୁରକ୍ଷା ର ଡେମୋ ଦେଖାଇଥିଲେ। ପରିସରରେ ଅଧ୍ୟାପିକା ସସ୍ମିତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.