ଭବାନୀପାଟଣା ବ୍ଲକ ପଳନା ପଂଚାୟତ ରେ ସରକାରୀ ଯୋଜନା ବାଟ ବଣା

0 3

 MGNREGA ରେ ବ୍ୟାପକ ହରିଲୁଟ,ହିତାଧିକାରୀ ନିରାଶ

ଭବାନୀପାଟଣା 29ଜାନୁୟାରୀ (ରୋହିତ କୁମାର ନାଏକ )କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ର ପଳନା ପଂଚାୟତ ରେ ସରକାରୀ ଯୋଜନା MGNREGA, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ଜମି ମରାମତି, ରାସ୍ତା ନିର୍ମାଣ, ଖାଲ ଖୋଲିବା ଇତ୍ୟାଦି ଯୋଜନା ରେ ବ୍ୟାପକ ହେର ଫେର, ଅନିୟମିତତା ହୋଇ ଥିବା ପ୍ରକାଶ, ସରକାର ଙ୍କ ଜନ ମଙ୍ଗଳ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ଗ୍ରାମାଞ୍ଚଳ ର ଆର୍ଥିକ ସ୍ଥିତି ସୁଦୃଢ କରିବା, ଯାତାୟାତ କରିବାରେ ରାସ୍ତା ଘାଟ ତିଆରି କରିବା, ଜନସାଧାରଣ ଙ୍କ ପଶୁପତି ମାନଙ୍କ ଦୁର୍ଦଶା କୁ ସୁଧାରିବାକୁ ପୋଖରୀ, ଚହଲା ଇତ୍ୟାଦି ରେ ଲକ୍ଷ ଲକ୍ଷ ଟଙ୍କା ପଂଚାୟତ କୁ ଯୋଗାଇ ଛନ୍ତି, କିନ୍ତୁ ଏହାର ସଦ ବିନିଯୋଗ ନ ହୋଇ ଟଙ୍କା କୁ ହରିଲୁଟ ରେ ଲାଗିଛନ୍ତି, ବିଭାଗୀର କର୍ମଚାରୀ, ପି ଇ ଓ, ଜି ଆର ଏସ, ଜନ ପ୍ରତିନିଧି ଇତ୍ୟାଦି ଲୋକ ମାନେ ଯୋଜନା ର ଟଙ୍କା କୁ ଦଲାଲ ଲଗାଇ ଅର୍ଥ ଆତ୍ମସାତ କରିବାରେ ପୋଖତ. ଏହି ପଂଚାୟତ ରେ କାମ ନ କରି ଜାଳିୟତି କରି ଲକ୍ଷ ଲକ୍ଷ ଟଙ୍କା କୁ ଅନିୟମିତତା କରିଥିବା ପ୍ରକାଶ, ଏହି ପଂଚାୟତ ର ଦୁଧେଲ ମାଝୀ ପଡା ରୁ ପଳନା ରାସ୍ତା ରେ ବ୍ୟାପକ ଟଙ୍କା ହରିଲୁଟ, ଏହି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ରାସ୍ତା ଥିବା ବେଳେ 10ଲକ୍ଷ ଟଙ୍କା ର ବିଭିନ୍ନ ଲୋକ ଙ୍କ ନାମରେ ଟଙ୍କା ପକାଇ ଅଧିକାରୀ ମାନେ ହଡପ କରିଥିବା ସାଧାରଣ ରେ ପ୍ରକାଶ, ଏପରିକି ଦିନେ ମଧ୍ୟ କାମ ନ କରିଥିବ ବ୍ୟକ୍ତି ଙ୍କ ପାସ ବୁକ ରେ ହଜାର ହଜାର ଟଙ୍କା ପଡ଼ିଥିବା ପ୍ରକାଶ, ସେହିଭଳି ପେଣ୍ଡରା ମାଲ ରୁ ରତନ ପୁର ରାସ୍ତା 10ଲକ୍ଷ, ପେଣ୍ଡରା ମାଲ ରୁ ଟି ସି ବି 10ଲକ୍ଷ, ଦୁଦେଲ ମାଝୀ ପଡା ରୁ ପଳନା 10ଲକ୍ଷ, ଟେପସା ଗାଁ ରୁ ବଳ ଫିଲଡ 10ଲକ୍ଷ, ଇତ୍ୟାଦି, ଏବଂ ଖର ସେଲ ଗ୍ରାମ ର ପ୍ରଧାନମନ୍ତ୍ରୀ ଆବାସ ଘର ରେ ପ୍ରାୟ 50-60ଘର ସମ୍ପୂର୍ଣ ହୋଇଥିଲେ ମଧ୍ୟ mgnrega ର 32ହଜାର ଲେଖାଏଁ ଟଙ୍କା କୁ ବାଟ ମରଣା ହୋଇଥିବା ରୁ ହିତାଧିକାରୀ କରି ମାନେ ନିରାଶ ହୋଇ ଆମ ଗଣପ୍ରତିନିଧିଙ୍କ ଆଗରେ ବିକଳ ଆଳାପ କରି ହଇରାଣ ହରକତ ହୋଇଥିବା ପ୍ରକାଶ କରିଥିଲେ, ଏପରିକି ଜିଲ୍ଲା ପାଳ ଙ୍କ ଉଦେଶ୍ୟ ଲିଖିତ ଅଭିଯୋଗ କରିଥିବା ପ୍ରକାଶ, ଜି ଆର ଏସ, ପି ଇ ଓ, ସରପଞ୍ଚ ଙ୍କୁ ଅନେକ ବାର ଜଣାଇଲେ ମଧ୍ୟ ଟଙ୍କା ହିତାଧିକାରୀ ପାଇପାରିନାହାନ୍ତି, ଘର କରିସାରିଲେଣି ପ୍ରାୟ 6-7ମାସ ହେଲାଣି, ଗରିବ ନିରୀହ ଘର ନିର୍ମାଣ କା ରି ହିତାଧିକାରୀ ମାନେ ହତାଶ ହୋଇ ଥିବା ପ୍ରକାଶ, ପୁଣି ଖରସେଲ ଗ୍ରାମର ଶ୍ରମିକ ମାନେ ବିଭିନ୍ନ ସ୍ଥାନରେ ଖାଲ ଖୋଲା, ଜମି ମରାମତି କାମ କରି ପ୍ରାୟ 7-8ମାସ ହେଲାଣି ପାରିଶ୍ରମିକ ପାଇ ନ ଥିବାରୁ ଦୁଃଖ ପ୍ରକାଶ କରିଥିଲେ, ଗ୍ରାମର ୱାର୍ଡ ମେମ୍ବର ମଧ୍ୟ ପ୍ରକାଶ କରିଥିଲେ, ପଂଚାୟତ କର୍ମକର୍ତ୍ତା ନାଏବ ସରପଞ୍ଚ, ୱାର୍ଡ ମେମ୍ବର ମାନଙ୍କୁ ମଧ୍ୟ ପଂଚାୟତ ର ଯୋଜନା ଉପରେ କିଛି ଜଣାଉ ନ ଥିବା ପ୍ରକାଶ, ଦଲାଲ ଗିରି ରାଜ ଚାଲିଥିବା ପ୍ରକାଶ କରିଥିଲେ ହିତାଧିକାରୀ.. ବାସ୍ତବିକ ସରକାରୀ ଯୋଜନା କୁ ଏପରି ବାଟ ମରଣା, ଅନିୟମିତତା ହୋଇ ଟଙ୍କା ଖାଇଯିବେ ତା ହେଲେ, ଗ୍ରାମାଞ୍ଚଳ ର ବିକାଶ ରେ ବାଧା ସୃଷ୍ଟି ହେବ ନାହିଁକି? ସରକାର, ଜିଲ୍ଲା ପ୍ରଶାସନ, ବିଭାଗୀୟ ଅଧିକାରୀ, ଲୋକ ପ୍ରତିନିଧି ଏହାର ଉଚିତ ତଦନ୍ତ କରି ଅଞ୍ଚଳ ବାସି ଙ୍କୁ ନ୍ୟାୟ ପ୍ରଦାନ କରିବାରେ ସାଧାରଣ ରେ ଦାବି ହେଉଛି | ପ୍ରକାଶ ଥାଉ କି ଗଣ ପ୍ରତିନିଧି ପରାମର୍ଶ କରିବା ପାଇଁ ସରପଞ୍ଚ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଗ୍ରହଣ ନ କରିଥିବା ଅନୁତାପ ର ବିଷୟ.ଜେ ଇ ଙ୍କୁ ପରାମର୍ଶ କରିବାରୁ ପ୍ରକାଶ କରନ୍ତି ଯେ ଜେ ଇ ମହାଶୟ ଏସବୁରେ ମୁଁ କିଛି ଜାଣି ନାହିଁ, କିମ୍ବା ମୋତେ ଅଣଦେଖା ହୋଇଥିବା ପ୍ରକାଶ କରନ୍ତି | ଦେଖିବାର କଥା ସରକାର, ଜିଲ୍ଲା ପ୍ରଶାସନ କେତେ ନ୍ୟାୟ ଜନତା ଙ୍କୁ ଦେଉଛନ୍ତି!

Leave A Reply

Your email address will not be published.