ଝିଅ କୁ ଦିଅ ଶିକ୍ଷା ସମ୍ମାନ ସେ ରଖିବ ଜାତିର ମାନ

0 3

https://youtu.be/I2KhLq4z7Rs

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜାତୀୟ ଶିଶୁ କନ୍ୟା ଦିବସ – ୨୦୨୪ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ବୀରେନ୍ଦ୍ର କୁମାର ଦାସ ଯୋଗ ଦେଇଥିବା ବେଳେ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ , ଡ଼.ଗୁଣନିଧି ନାୟକ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ରଥ , ଡି ଏସ୍ ଡବ୍ଲ୍ୟୁଓ ଶ୍ରୀମତୀ ନାୟକ , ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ପରିଡା , ପାରଳା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବନମାଳୀ ଶତପଥି ପ୍ରମୁଖ ମଞ୍ଚାସୀନ ଥିଲେ।
ପ୍ରତିବର୍ଷ ଜାନୁଆରୀ ୨୪ ତାରିଖକୁ ଜାତୀୟ କନ୍ୟା ଦିବସ ଓ ଅକ୍ଟୋବର ୧୧ ତାରିଖକୁ ଆନ୍ତର୍ଜାତୀୟ କନ୍ୟା ଦିବସ ରୂପେ ପାଳନ କରାଯାଏ।
ଜାତୀୟ କନ୍ୟା ଦିବସ କନ୍ୟା ମାନଙ୍କ ପାଇଁ ପାଳନ କରାଯାଏ କାରଣ ବାଳିକା ମାନଙ୍କୁ ସଚେତନତା କରିବା ଏବଂ ସୁରକ୍ଷା କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ।
ଝିଅ କୁ ଦିଅ ଶିକ୍ଷା ସମ୍ମାନ ସେ ରଖିବ ଜାତିର ମାନ। ସମାଜରେ କନ୍ୟା ଶିଶୁ ମାନଙ୍କୁ ସେମାନଙ୍କ ର ସମାନ ଅଧିକାର ଶିକ୍ଷା , ସ୍ବାସ୍ଥ୍ୟ ଓ ସାମାଜିକ ସ୍ତରରେ ପୁଅଙ୍କ ଭଳି ମିଳିବା ଦରକାର ତେଣୁ ବ୍ୟାପକ ସଚେତନତା କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମଞ୍ଚାସୀନ ଅତିଥି ମାନେ ନିଜନିଜ ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ୨୦୦ ରୁ ଉର୍ଦ୍ଧ୍ବ ଶିଶୁ କନ୍ୟା ଉପସ୍ଥିତ ଥିଲେ।
ଏହି ଅବସରରେ ଅତିଥି ଙ୍କ ଗ୍ରହଣ ରେ କନ୍ୟା ଶିଶୁଙ୍କ ଦ୍ବାରା କେକ୍ କାଟି ଦିବସର ଉତ୍ସବ ପାଳନ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ମାନପତ୍ର ଓ ପୁରସ୍କୃତ ପ୍ରଦାନ କରିଥିଲେ।
ପରେ ପରେ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର , ସମଲେଇ ନୃତ୍ୟକଳା ପରିଷଦ , ପଦାମୃତ ନୃତ୍ୟାୟନ , ମିରାକେଲ୍ ଡେନ୍ସ ଷ୍ଟୁଡିଓ , ଉତ୍କଳ ବାଳାଶ୍ରମ , ପ୍ରୋଉଡ୍ ଓ ଏ ଏନ୍ ଏମ୍ ତାଲିମ କେନ୍ଦ୍ର ର କନ୍ୟା ଶିଶୁ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.