ବେଲଗୁଣ୍ଠା -(ଶିବରାମ ଚୌଧୁରୀ ): 75 ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ନିଜର କର୍ତ୍ତବ୍ୟ ନିଷ୍ଠା ପାଇଁ ଗଞ୍ଜାମ ପୋଲିସ୍ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ଜଗମୋହନ ମୀନାଙ୍କୁ ମିଳିଛି ରାଜ୍ୟପାଳ ପଦକ ପୁରସ୍କାର। ଗତବର୍ଷ ଜାନୁଆରୀ ୮ ରେ ଗଞ୍ଜାମ ଜିଲ୍ଲାରେ ଶ୍ରୀ ମୀନା ଏସ.ପି ଭାବେ ଦାୟିତ୍ୱ ନେବା ପରେ ତାଙ୍କ ନେତୃତ୍ୱରେ ସର୍ବଦା ଗଞ୍ଜାମ ପୁଲିସ ଜିଲ୍ଲା ଭଲ ପ୍ରଦର୍ଶନ କରି ରାଜ୍ୟ ଓ ଦେଶରେ ସୁନାମ ଆଣିଛି। ୨୦୨୩ ବର୍ଷରେ ପ୍ରଗତି ଡ୍ୟାସବୋର୍ଡ ମାର୍କିଙ୍ଗ ରେ ଗଞ୍ଜାମ ପୁଲିସ ଜିଲ୍ଲା ପ୍ରଥମ ସ୍ଥାନରେ ରହିବା ସହିତ କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱାର୍କ ସିଷ୍ଟମ ( ସିସିଟିଏନଏସ ) ପଦ୍ଧତିରେ ଲୋକଙ୍କୁ ଉତ୍ତମ ସେବା ଯୋଗାଇଦେବାରେ ମଧ୍ୟ ଗଞ୍ଜାମ ପୁଲିସ ଜିଲ୍ଲା ରାଜ୍ୟରେ ପ୍ରଥମ ହୋଇପାରିଛି। ଏହା ସହିତ ଶ୍ରୀ ମୀନା ଗଞ୍ଜାମ ଏସ୍.ପି ଦାୟିତ୍ୱ ନେବା ପରେ ଜିଲ୍ଲାରେ ଚୋରି, ରାହାଜାନୀ, ହତ୍ୟା ଭଳି ଅସାମାଜିକ କାର୍ଯ୍ୟକଳାପ କମି ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ହେବା ସହିତ ତାଙ୍କ ପ୍ରଚେଷ୍ଟାରେ ଜିଲ୍ଲାରେ ପୋଲିସ୍ ସହ ସାଧାରଣ ଲୋକଙ୍କ ଉତ୍ତମ ସମ୍ପର୍କ ବୃଦ୍ଧି ପାଇଛି I ଏହି ଅବସରରେ ଆଗାମୀ ଦିନରେ ମଧ୍ୟ ଲୋକଙ୍କୁ ଉତ୍ତମ ସେବା ଯୋଗାଇଵାରେ ଗଞ୍ଜାମ ଜିଲ୍ଲା ପୋଲିସ ସର୍ବଦା ଚେଷ୍ଟା କରିବେ ବୋଲି ଏସ୍.ପି ଜଗମୋହନ ମୀନା କହିଛନ୍ତି। ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ପଦକ ପାଇବା ପରେ ଗଞ୍ଜାମ ଏସପି ଶ୍ରୀ ମୀନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି। ଏହି ଅବସରରେ ଗଞ୍ଜାମ ଜିଲ୍ଳା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଅନୀଲ୍ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ତଥା ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଅଶ୍ୱିନୀ ମହାନ୍ତିଙ୍କ ସମେତ ବେଲଗୁଣ୍ଠା ପ୍ରେସକ୍ଲବ, ବୁଗୁଡା ମିଡ଼ିଆ କ୍ଲବ୍, ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅମରେନ୍ଦ୍ର ପଟନାୟକ ଙ୍କ ସମେତ ସଦସ୍ୟମାନେ ଏସ୍.ପି ଶ୍ରୀ ମୀନାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.