୨୬ ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪: ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶ ମଧ୍ୟରେ ସଂପନ୍ନ ହେଲା ମଶାଲ ଶୋଭାଯାତ୍ରା

0 2

କଳାହାଣ୍ଡିରୁ (ରୋହିତ କୁମାର ନାଏକ )ଭବାନୀପାଟଣା,୧୪/୦୧( )-୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବସରରେ କଳାହାଣ୍ଡିର ଧାର୍ମିକ ଭାବଧାରା ଓ ଐତିହାସିକ ଗୁରୁତ୍ୱ ବହନ କରୁଥିବା ଏଗାରଟି ପୀଠରୁ ପବିତ୍ର ମଶାଲ ଅଣାଯାଇ ଉତ୍ସବ ସ୍ଥଳରେ ସ୍ଥାପନ କରାଯାଇଛି । ଲାଞ୍ଜିଗଡର ଭୈରବ ଦେବ, ଥୁଆମୂଳ ରାମପୁରର ମାଣିକେଶ୍ୱରୀ, ଉର୍ଲାଦାନୀ ସହିଦ ରେଣ୍ଡୋ ମାଝୀ ପୀଠ, ମ. ରାମପୁର ଡୋକରୀ ଦେବୀ, ଧର୍ମଗଡ ଭଣ୍ଡାରଘରଣୀ, ଆମପାଣି ବୁଢାରଜା, ବୋର୍ଡା ସାପସିଲେଟ ଶିବ ମନ୍ଦିର, ବେଲଖଣ୍ଡି ଶୈବ ପୀଠ, ତାଳଗୁଡ ଡୋକରୀ ପୀଠ, ଜୁନାଗଡ ଲଙ୍କେଶ୍ୱରୀଙ୍କ ପୀଠରୁ ମଶାଲ ଆସିବା ପରେ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ସ୍ୱାଗତ କରାଯାଇ ଅସ୍ଥାୟୀ ରହଣୀସ୍ଥଳ ଗାନ୍ଧୀ ଛକକୁ ନିଆଯାଇଥିଲା । ଏହାପରେ ଭବାନୀପାଟଣା ମାଣିକେଶ୍ୱରୀଙ୍କ ମନ୍ଦିରରୁ ମଶାଲ ଆସିବା ପରେ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ସହିତ ମଶାଲ ସବୁକୁ ନିଆଯାଇ ସହିଦ ରେଣ୍ଡୋ ମାଝୀ ମଞ୍ଚରେ ସ୍ଥାପନ କରାଯାଇଥିଲା । କଳାହାଣ୍ଡି ଉତ୍ସବ ମଶାଲ ଉପକମିଟିର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲ, ସମସ୍ତ କମିଟି ସଦସ୍ୟ, ନୋଡାଲ ଅଫିସର ଶ୍ରୀକାନ୍ତ ଦଳେଇ ଏବଂ ନେହରୁ ଯୁବକେନ୍ଦ୍ରର ଲେଖାପାଳ ଦ୍ଵିତୀୟା ବନଛୋରଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀମାନଙ୍କ ସହିତ ସାଂସ୍କୃତିକ ଉପକମିଟିର ଅଧ୍ୟକ୍ଷ ସଚିନ ପାୱାର, ସହ ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡା,ଡି ଆଇ ପି ଆର୍ ଓ ମନୋଜ ବେହେରା,ଅଂଶୁମାନ ବାବୁ,ବିମ୍ବାଧର ସାହୁଏବଂ ମଶାଲ କମିଟିର ସମସ୍ତ ସଦସ୍ୟ ଏହି ମଶାଲ ଓ ସାଂସ୍କୃତିକ ଶୋଭାଯାତ୍ରାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷା ତଥା କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ନେତୃତ୍ୱରେ ଜନ ସାଧାରଣ ଶୋଭାଯାତ୍ରାରେ ସାମିଲ ହୋଇଥିବାବେଳେ ଶତାଧିକ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ।

Leave A Reply

Your email address will not be published.