ଇଭିଏମ୍ ଓ ଭିଭିପାଟ୍ ପ୍ରଦର୍ଶନ କେନ୍ଦ୍ର ଉଦ୍‌ଘାଟିତ

0 2

ଆଞ୍ଚଳିକ ପରିବହନ ବିଭାଗର ଦସ୍ତଖତ ଅଭିଯାନ

କଳାହାଣ୍ଡିରୁ (ରୋହିତ କୁମାର ନାଏକ )-ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଭୋଟର କିପରି ନିର୍ଭୁଲ ଭାବେ ଇଭିଏମରେ ନିଜର ମତଦାନ କରିପାରିବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡ଼ିୟମ ତଥା କଳାହାଣ୍ଡି ଉତ୍ସବ ପଡ଼ିଆରେ ଇଭିଏମ୍ ଏବଂ ଭିଭିପାଟ୍ ପ୍ରଦର୍ଶନ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜୀ, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର, ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ବଜିତ ଦାସ, ଡେପୁଟି କଲେକ୍ଟର ରମେଶ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର ବେହେରା, ସୁକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏଇ ଅବସରରେ ଅତିଥି ମାନେ ଇଭିଏମ୍, ଭିଭିପାଟ ସଚେତନ କରିବା ସମ୍ପର୍କରେ ଉପସ୍ଥିତ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଆଞ୍ଚଳିକ ପରିବହନ ବିଭାଗ ଦ୍ବାରା ପରିଚାଳିତ ଦସ୍ତଖତ ଅଭିଯାନରେ ନିଜର ବାର୍ତ୍ତା ଦେଇଥିଲେ। ପରେପରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ବାରା ରାଷ୍ଟ୍ରୀୟ ପୋଷଣ ଅଭିଯାନ, ଜିଲ୍ଲା ସ୍ବାସ୍ଥ୍ୟ ସମିତି ଦ୍ବାରା ସ୍ବାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ କକ୍ଷ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ସମଗ୍ର ଶିକ୍ଷା କଳାହାଣ୍ଡି, ଜିଲ୍ଲା ଯୋଜନା ଓ ସମ୍ମନ୍ବୟ କାର୍ଯ୍ୟାଳୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ସ୍ଥାପିତ ଷ୍ଟଲମାନ ପରିଦର୍ଶନ କରିଥିଲେ। ଷ୍ଟଲ ଗୁଡିକରେ ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ମିଥୁନ ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀ ସ୍ୱାଗତ କରିଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର, ଜିଲ୍ଲା ଯୋଜନା ଉପ ନିର୍ଦେଶକ ଶ୍ରୀକାନ୍ତ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.