ୟୁନିଟ ୧ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ୧୯୮୬ ବ୍ୟାଚର ବନ୍ଧୁମିଳନ

0 2

ଭୁବନେଶ୍ୱର : ରବିବାର ଗଙ୍ଗୋତ୍ରି ରେଶୋର୍ଟ ଭୁବନେଶ୍ୱରରେ ୟୁନିଟ ୧ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଭୁବନେଶ୍ୱର ୧୯୮୬ ବ୍ୟାଚରେ ମାଟ୍ରିକ ପାସ କରିଥିବା ବନ୍ଧୁ ମାନଙ୍କ ବନ୍ଧୁ ମିଳନ ମହୋତ୍ସବ ହେଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ୩୭ ବର୍ଷ ପୂର୍ବର ସାଙ୍ଗ ସାଥୀ ମାନେ ସେହି ପିଲାଦିନ କଥାକୁ ମନେ ପକାଇ ଭାବପ୍ରବଣ ହୋଇପଡିଥିଲେ ।
ଏଥର ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଥିମ ରହିଥିଲା ” ଏ ସମୟ……. ଫେରାଇ ପାରିବୁ କି ମୋ ପିଲାଦିନ। ସବୁଠାରୁ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା ସେଲ୍ଫି ପଏଣ୍ଟ। ସବୁ ସାଙ୍ଗ ମାନେ ସେହି ପୁରୁଣା ଦିନର ଧଳା ସାର୍ଟ ଓ ନେଭି ବ୍ଲଲୁ ହାପ ପ୍ୟାଂଟ, ସ୍ଲିପର ଚପଲ ସହ ଫଟୋ ନେଇଥିଲେ |
ଏଥର ୮୬’ ବ୍ୟାଚର ପାଖାପାଖି ୭୦ ଜଣ ସାଙ୍ଗ ବିଭିନ୍ନ ଜାଗାରୁ ଆସି ଯୋଗ ଦେଇଥିଲେ। ପ୍ରଥମେ ସ୍କୁଲ ସମୟର ପ୍ରାର୍ଥନା ରଘୁପତି ରାଘବ ରାଜା ରାମ ରୁ ଆରମ୍ଭ ହେଇଥିଲା। ପରେ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ସାରି ଭୋଜି ଭାତର ମଜା ନେଇ ଥିଲେ ଭୁବନେଶ୍ୱର ଓ ବାହାର ରାଜ୍ୟରେ ତଥା ଭାରତ ବର୍ଷରେ ବିଭିନ୍ନ ପ୍ରlନ୍ତରୁ ଆସିଥିବା ସହପାଠୀମାନେ। ଆଗକୁ ପ୍ରତିବର୍ଷ ଏହି ପରି କାର୍ଯ୍ୟକ୍ରମକୁ ସମସ୍ତେ ଅପେକ୍ଷା କରି ରହିବେ ବୋଲି ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.