(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ନରେ କଟକ ଜିଲ୍ଲାରେ ମୋଟ ୮୦ଟି ରୂପାନ୍ତର ଉଚ୍ଚ ବିଦ୍ୟାଳୟକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି l ଏହି ଅବସରରେ ଜିଲ୍ଲାପାଳ ନରହରି ସେଠୀଙ୍କ ପୌରହିତ୍ୟରେ ମାଣପୁର ପଞ୍ଚାୟତ ସ୍ଥିତ କଲରାବାଙ୍କ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟଅତିଥି ଭାବେ ମାନ୍ୟବର ସାଂସଦ ଡଃ.ଅଚ୍ୟୁତ ସାମନ୍ତ, ବିଶିଷ୍ଟ ଅତିଥି ଭାବେ ସାଂସଦ ଡଃ.ରାଜଶ୍ରୀ ମଲିକ, ମୁଖ୍ୟବକ୍ତା ଭାବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସାଇଁ,ବିଧାୟକ ଦେବୀପ୍ରସାଦ ମିଶ୍ର, ବିଧାୟକ ଚନ୍ଦ୍ରସାରଥୀ ବେହେରା, ବିଧାୟକ ପ୍ରମୋଦ କୁମାର ମଲିକ,କଟକ ମେୟର ସୁବାଷ ସିଂ, ସମାଜସେବିକା ଡଃ.ଇତିରାଣୀ ସାମନ୍ତ ପ୍ରମୁଖ ଯୋଗ ଦେଇ ଗରିବ ଶ୍ରେଣୀର ଛାତ୍ର ଛାତ୍ରୀମାନେ ରୂପାନ୍ତର ବିଦ୍ୟାଳୟରେ ଶିକ୍ଷା ଲାଭ କରି ସଫଳତା ପାଇବାର ଉଦ୍ଦେଶ୍ୟ ନେଇ ମୁଖ୍ୟମନ୍ତ୍ରୀ ରୂପାନ୍ତର ମାଧ୍ୟମରେ ଯେଉଁ ନୂଆ-ଓଡ଼ିଶା କରି ଚାଲିଛନ୍ତି ସେଥିରେ ଜନସାଧାରଣ ମାନେ ସହଯୋଗ ପାଇଁ ଆହ୍ବାନ ଦେଇଥିଲେ l ପ୍ରାରମ୍ଭରେ ଦଶମ ଶ୍ରେଣୀ ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ରୂପାନ୍ତର ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ନବୀନ ଓଡ଼ିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକର ଅହମ୍ମଦ ବକ୍ସ ନୋଡ଼ାଲ ହାଇସ୍କୁଲ, ଖଣ୍ଡସାହି ଜଗନ୍ନାଥ ବିଦ୍ୟାପୀଠ, କଲରାବାଙ୍କ ଉଚ୍ଚ ବିଦ୍ୟାଳୟ, କୁଳସୁକରପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ଅନ୍ତେଶ୍ଵର ଉଚ୍ଚ ବିଦ୍ୟାଳୟ, ବଳରାମପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ଭଗବତୀ ଉଚ୍ଚ ବିଦ୍ୟାଳୟ, ଚିତ୍ରୋତ୍ପଳା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ସିରଲୋ ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଲବାହାଦୂର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ଏମବି ସରକାରୀ ଉଚ୍ଚ ବିଦ୍ୟାଳୟ,ଜୟନ୍ତୀ ବିଦ୍ୟାପୀଠ, ଶକୁନ୍ତଳା ବିଦ୍ୟା ନିକେତନ ରୂପାନ୍ତିକରଣ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ ହୋଇଛି। ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦିପ୍ତିମୟୀ ଶୁଭଦର୍ଶିନୀ, ସୋନାମିକା ରାୟ, ସୌଦାମିନୀ ଦାସ,ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ,ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଢଙ୍ଗୀ, ବିଡ଼ିଓ ଧର୍ମରଂଜନ ପଣ୍ଡା, ସହକାରୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଅନାମ ଚରଣ ବିଶ୍ଵାଳ,ବିଜୟ କୁମାର ସେଠୀ, ସରୋଜ ସାହୁ, ଶିକ୍ଷକ ସାବିରଅଲ୍ଲୀ ଖାଁ, ଗୋଲାମ ମେହେନ୍ଦୀ ହୁସେନ ପ୍ରମୁଖ ଯୋଗ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.