ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ପୂର୍ବରୁ ବହୁ ପଂଚାୟତରେ ସରକାରୀ ଉଚ୍ଚ ବିଦ୍ୟାଳୟ ନଥିବ ବେଳେ ଗ୍ରାମାଞ୍ଚଳ ଗୁଡ଼ିକରେ କୋମଳମତି ଛାତ୍ରଛାତ୍ରୀଙ୍କୁ ଉଚ୍ଚ ବିଦ୍ୟାଳୟ ପାଠ ପଢାର ସୁବିଧା ସୁଯୋଗ ପ୍ରଦାନ ପାଇଁ ଗଢ଼ି ଉଠିଥିଲା କିଛି ଘରୋଇ ଉଚ୍ଚ ବିଦ୍ୟାଳୟ I କାଳକ୍ରମେ ଏହା ବ୍ଳକ୍ ଗ୍ରାଣ୍ଟ୍ ଉଚ୍ଚ ବିଦ୍ୟାଳୟ ଏବଂ ପରେ ପରେ ଅନୁଦାନ ପ୍ରାପ୍ତ ଏବଂ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଭାବରେ ନାମିତ ହୋଇଛି I ଏହି ବିଦ୍ୟାଳୟ ଗୁଡିକରୁ ହଜାର ହଜାର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ନିଜର ଉଜ୍ଜ୍ଵଳ ଭବିଷ୍ୟତ ଗଢି ପାରିଥିବା ବେଳେ ବିଦ୍ୟାଳୟ ଗୁଡିକରେ ଖୁବ୍ ଅଳ୍ପ ପାରିଶ୍ରମିକରେ କାର୍ଯ୍ୟକରୁଥିବା ଶିକ୍ଷକ କର୍ମଚାରୀ ଏବଂ ସେମାନଙ୍କ ସନ୍ତାନ ମାନଙ୍କ ଭବିଷ୍ୟତ କିନ୍ତୁ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି I ଏହାର ଶିକ୍ଷକ କର୍ମଚାରୀ ମାନେ ବର୍ଷା ବର୍ଷ ଧରି ଦରମା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ କ୍ଷେତ୍ରରେ ଅବହେଳାର ଶିକାର ହୋଇ ଆସୁଥିବା ବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନମ ଲେଖା କ୍ଷେତ୍ରରେ ସେମାନଙ୍କ ପିଲାଛୁଆ ମଧ୍ୟ ଅବହେଳାର ଶିକାର ହେବା ବିଡ଼ମ୍ବନାର ବିଷୟ ପାଲଟିଛି I ସୂଚନା ପ୍ରକାରେ ସରକାରୀ ନିୟମ ଅନୁସାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁ୍ଥିବା ଗଣ ଶିକ୍ଷକ, ଶିକ୍ଷା ସହାୟକ ଏବଂ ଠିକା ଶିକ୍ଷକଙ୍କ ପୁଅ ଝିଅଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି I କିନ୍ତୁ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟକରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୁଅ ଝିଅ ଏଥିରୁ ସଂପୂର୍ଣ୍ଣ ବଞ୍ଚିତ ହେଉଛନ୍ତି I ଏନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ଯ ପ୍ରକଳ୍ପ ନିର୍ଦ୍ଦେଶକ l,ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗଙ୍କ ପତ୍ରାଙ୍କ-306/16-03-2016ରେ ଏକ ନିର୍ଦ୍ଦେଶାନାମା ଜାରେ କରିଛନ୍ତି I ଯାହା ଅନୁଦାନ ପ୍ରାପ୍ତ ବିଦ୍ୟାଲୟ ଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ହତୋତ୍ସାହିତ କରିବା ସହିତ ସେମାନଙ୍କ ସନ୍ତାନ ସନ୍ତତିଙ୍କ ମାଧ୍ୟରେ ଅସମାନତା ସୃଷ୍ଟି କରୁଛି I ତେଣୁ ବିଭିନ୍ନ ସ୍ଥାନରେ ବ୍ଳକ୍ ଗ୍ରାଣ୍ଟ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପୁରୁଣା ଚିଠିକୁ ସଂଶୋଧନ କରିବା ସହିତ ଗଣଶିକ୍ଷକ, ଶିକ୍ଷା ସହାୟକ ଏବଂ ଠିକା ଶିକ୍ଷକଙ୍କ ପୁଅ ଝିଅ ଭଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନମ ଲେଖ କ୍ଷେତ୍ରରେ ସେମାନଙ୍କ ପୁଅ ଝିଅଙ୍କୁ ମଧ୍ୟ ସମାନ ଅଧିକାର ପ୍ରଦାନ କରିବା ପାଇଁ ଦାବି କରିଛନ୍ତି I ବେଲଗୁଣ୍ଠା ବ୍ଳକ୍ ରେ ଗାଙ୍ଗପୁର, ଡେଙ୍ଗାପଦର,ବେଣୀପଲ୍ଲୀ ,ଘୂ. ନୂଆଁ ଗାଁ ଆଦି ଗ୍ରାମରେ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ରହିଥିବା ବେଳେ ଏହି ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୁଅ ଝିଅ ମଧ୍ୟ ଆଦର୍ଶ ବିଦ୍ୟାଳୟରେ ନାମ ଲେଖା କ୍ଷେତ୍ରରେ ଅବହେଳାର ଶିକାର ହେଉଥିବା ବେଳେ ଏହି ଶିକ୍ଷକ କର୍ମଚାରୀ ସରକାରରଙ୍କ ନିୟମକୁ ନାପସନ୍ଦ କରି ଏହାର ସଂଶୋଧନ ନିମନ୍ତେ ସରକାରଙ୍କୁ ଅନୁରୋଧ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.