ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୂଆ-ଓ ବିଷ୍ଣୁ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପରିପ୍ରେକ୍ଷୀରେ ମଡେଲ ଡିଗ୍ରୀ କଲେଜ,ନୟାଗଡ଼ଠାରେ “ଶ୍ରୀ ଜଗନ୍ନାଥ ସଂସ୍କୃତି” ଶୀର୍ଷକରେ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା ।
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ଚେତନାକୁ ବହୁଳ ପ୍ରସାର କରିବା ଏବଂ ସେମାନଙ୍କ ମଧ୍ୟରେ ନିଜର ସଂସ୍କୃତି ପ୍ରତି ସମ୍ମାନବୋଧର ଉଦ୍ରେକ କରିବା ଏହି ଆଲୋଚନା ଚକ୍ରର ମୂଳ ଉଦ୍ଦେଶ୍ୟ ଥିଲା। ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ସଭାପତିଜ୍ମ କରିଥିବାବେଳେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ, ବହୁମୁଖୀ ପ୍ରତିଭା ସମ୍ପନ୍ନ ପ୍ରତିଭା ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସହକାରୀ ଅଧ୍ୟାପକ ଡକ୍ଟର ଗୋପାଳକୃଷ୍ଣ ଆଚାର୍ଯ୍ୟ ଯୋଗଦାନ କରି ପ୍ରାୟ ୧୫୦ ଛାତ୍ରଛାତ୍ରୀଙ୍କୁ ନିଜର ଅଭିଭାଷଣ ଦ୍ଵାରା ମନ୍ତ୍ରମୁଗ୍ଧ କରି ରଖିଲେ ଆଲୋଚନାଚକ୍ରର ପରିଶେଷରେ ଡକ୍ଟର ଜ୍ୟୋତ୍ସ୍ନାରାଣୀ କର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁନିଲ କୁମାର ମଲ୍ଲିକ, ଦୀପିକା ରାଣୀ ତୁରୁକ୍, ପ୍ରଜ୍ଞାନ୍ସ ରଞ୍ଜନ ସାହୁ ପ୍ରମୁଖ ଏହି ଆଲୋଚନାଚକ୍ରରେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.