ଓକିଲ ଆନ୍ଦୋଳନରୁ ଓହରିଲା ବିଜୁ ଲିଗାଲ ଫ୍ରଣ୍ଟ, କାମରେ ଯୋଗଦେବେ ଫ୍ରଣ୍ଟ ର ସଦସ୍ୟ ଓକିଲ |

0

କଟକ  : ଓକିଲ ଆନ୍ଦୋଳନରୁ ଓହରିଲା ବିଜୁ ଲିଗାଲ ଫ୍ରଣ୍ଟ |  କାମରେ ଯୋଗଦେବାପାଇଁ ଅନୁରୋଧ କଲା ଫ୍ରଣ୍ଟ ଆଉ ସମଭାବାପନ୍ନ ଓକିଲ ବନ୍ଧୁମାନେ ମଧ୍ୟ କାମରେ ଯୋଗ ଦେବା ପାଇଁ କଲେ ଅନୁରୋଧ | ଓକିଲ ଭାଇଙ୍କ ସ୍ୱାର୍ଥ ପାଇଁ ଲଢେଇ ଆରମ୍ଭ ହୋଇଥିଲା , ହେଲେ ଏହାକୁ ଗତ କିଛି ଦିନ ଧରି ରାଜନୈତିକ ରଙ୍ଗ ଦିଆଯାଉଛି | ଓକିଲଙ୍କ ସ୍ୱାର୍ଥ ପାଇଁ ଲଢ଼ିବୁ , ହେଲେ କାହାର ରାଜନୈତିକ ସ୍ୱାର୍ଥ ପାଇଁ ଜନସାଧାରଣଙ୍କୁ ହଇରାଣ କରିବାର ଉଚିତ ମାନେ କରେ ନାହିଁ ଭୁଜ୍ୟ ଲିଗାଲ ଫ୍ରଣ୍ଟ  | ଓକିଲ ଆନ୍ଦୋଳନ ର ରାଜନୀତିକରଣ. ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଆଉ ମାନ୍ୟବର ହାଇକୋର୍ଟଙ୍କ ପରାମର୍ଶକୁ ସମ୍ମାନ ଜଣାଇ ବିଜୁ ଲିଗାଲ ଫ୍ରଣ୍ଟ ଓକିଲ ଆନ୍ଦୋଳନରୁ ଓହରି ଯାଇଛି ଆଉ ରାଜ୍ୟବ୍ୟାପି ଫ୍ରଣ୍ଟର  ସଦସ୍ୟ ଥିବା ଓକିଲ ଭାଇ ଆଉ ମାନେ କାର୍ଯ୍ୟରେ ଯୋଗଦେବା ପାଇଁ ଫ୍ରଣ୍ଟ ଅନୁରୋଧ କରିଛି | 

Leave A Reply

Your email address will not be published.