ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଯାପିତ

0

କଳାହାଣ୍ଡିରୁ ରୋହିତ କୁମାର ନାଏକ/ ଶାସକ ପ୍ରଶାସକ :ସରକାରୀ ମହିଳା ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ପକ୍ଷରୁ ପୋଷ୍ୟ ଗ୍ରାମ ରିସିଗାଁ ଠାରେ ଚାଲିଥିବା ସାତଦିନିଆ ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ ହୋଇଯାଇଛି l ଆଜି ସପ୍ତମ ଦିବସରେ ଅଗ୍ନିସେବା ବିଭାଗ ର ଏକ ସ୍ୱତନ୍ତ୍ର ଦଳ ଆସି ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କୁ ଅଗ୍ନି ନିରାପତ୍ତା ସମ୍ପର୍କରେ ତାଲିମ ଦେଇଛନ୍ତି l ତାପରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଅଛି lଅଧ୍ୟକ୍ଷ ଡ଼ ତ୍ରିଲୋଚନ ଜେନାଙ୍କ ସଭାପତିତ୍ୱ ରେ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା କଲେଜର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିମାଞ୍ଚଳ ମିଶ୍ର ଯୋଗଦେଇ ସ୍ଵେଚ୍ଛାସେଵୀମାନଙ୍କୁ ବ୍ୟକ୍ତିତ୍ୱର ବିକାଶ କରିବା ସହିତ ଏହି ସାତଦିନ ଭିତରେ ସେମାନେ ଗ୍ରାମରେ ଯାହା ଯାହା ସଚେତନତା କରିଛନ୍ତି ସେ ସବୁ ନିଜ ଜୀବନରେ ମଧ୍ୟ ଆପଣେଇବାକୁ ଉଦବୋଧନ ଦେଇଛନ୍ତି l ଏହି ଉତ୍ସବରେ ଏନ ଏସ ଏସ ସ୍ଵେଚ୍ଛାସେଵୀ ସାତ୍ତ୍ଵିକା ମାଝୀ ମଞ୍ଚ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ l ପ୍ରୋଗ୍ରାମ ଅଫିସର ଡ ରାଧାରାଣୀ ନାୟକ, ସ୍ୱାଗତ ଭାଷଣ ଦେଇଥିଲେ l ଏନ ଏସ ଏସ ଛାତ୍ରୀ ଶିବାନୀ ବାଗ କ୍ୟାମ୍ପ ର ସାପ୍ତାହିକ ବିବରଣୀ ପାଠ କରିଥିଲେ l ଛାତ୍ରୀ ସ୍ୱସ୍ତିକା, ନଗ୍ମା, ପ୍ରିୟା, ବିଦୁସ୍ମିତା ପ୍ରଜ୍ଞା, ଆଦି ନିଜର ଅନୁଭୂତି ବାଣ୍ଟିଥିଲେ l ଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l ପରିଶେଷରେ ଡ଼ ରାଧାରାଣୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.