ପାଣ୍ଡିଆନ କଣ ଖାଇଲେ ଯେ ଦେଲେ ଅଢେଇ ହଜାର ଟଙ୍କା !

0

ବାଣପୁର( ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଗସ୍ତ ସମୟରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବ୍ଲକ ସମ୍ମୁଖରେ ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ବିନା ପିଆଜ ରସୁଣ ଖାଦ୍ୟ ଖାଇଥିବାର ଜଣାପଡିଛି। ଭାତ, ଡାଲି, ଖଟା, ଭେଣ୍ଡି ଭଜା, କଲରା ଚିପ୍ସ ଏବଂ ପନିର ତରକାରୀ ଆଦି ପାଣ୍ଡିଆନ ଖାଇଥିଲେ ଯାହାକି କମ ତେଲ ଏବଂ ମସଲା ବିହୀନ ଥିଲା।

ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ପାଣ୍ଡିଆନ ସଦାବେଳେ ଏହିପରି ସାଧା ଖାଦ୍ୟ ଖାଉଥିବାର ଜଣାପଡିଛି। ଏହି ସମୟରେ ସେ ମିଶନ ଶକ୍ତି କାଫେ ର ମହିଳାମାନଙ୍କୁ ପ୍ରଶଂସା କରିବା ସହ ଘର ପରି ହାତ ରନ୍ଧା ଖାଦ୍ୟ ଖାଇ ବହୁତ ଖୁସି ଅଛି ବୋଲି କହିଥିଲେ। ତତସହିତ ଉକ୍ତ କାଫେରେ ମଧ୍ୟାହ୍ନ ଭୋଜନ ସହିତ ସକାଳ ଜଳଖିଆ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ।

 କାଫେକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ପରାମର୍ଶ ଦେଇଥିଲେ। କାଫେର ସଠିକ ପରିଚାଳନା ପାଇଁ ବ୍ଲକ ପ୍ରଶାସନକୁ ଧନ୍ୟବାଦ ମଧ୍ୟ ଦେଇଥିଲେ ପାଣ୍ଡିଆନ। ବିଲ ବାବଦକୁ ଏତେ ଟଙ୍କା ହୋଇ ନ ଥିଲେ ମଧ୍ୟ ପାଣ୍ଡିଆନ ୨୫୦୦ ଟଙ୍କା ଦେଇଥିବାର ମିଶନ ଶକ୍ତି ବାଣପୁର ବ୍ଲକ ସମ୍ପାଦିକା ବବିନା ତ୍ରିପାଠୀ ଏବଂ ସଭାପତି କବିତାରାଣୀ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ମା’ ମାନଙ୍କ ପରିଶ୍ରମରେ ଖୁସି ହୋଇ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କାଫେର ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ୧ ଲକ୍ଷ ଟଙ୍କା ନଗଦ ପ୍ରଦାନ କରିଥିଲେ।

Leave A Reply

Your email address will not be published.