କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ରଙ୍ଗବେରଙ୍ଗର ମୁରୁଜ ଓ ଝୋଟିଚିତାରେ ସଜେଇ ହୋଇ ରହିଛି ଗାଁ ଦାଣ୍ଡ । ଗୋବରରେ ଲିପାପୋଛା କରି ପୂର୍ଣ୍ଣ କୁମ୍ଭ, ଆମ୍ବଡାଳ ଓ ପଇଡ଼ ବସାଇ ଶ୍ରୀ ଜଗନ୍ନାଥଙ୍କ ‘ଅର୍ପଣ ରଥ’କୁ ଶ୍ରଦ୍ଧା ଓ ସମର୍ପଣର ସହ ଡେରାବିଶରେ ସ୍ୱାଗତ କରୁଛନ୍ତି ଶ୍ରଦ୍ଧାଳୁ । ହରିବୋଲ ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନି ମନରେ ପ୍ଲାବିତ କରୁଛି ଭକ୍ତିର ଅପୂର୍ବ ତରଙ୍ଗ ତ ତୁଳସୀକ୍ଷେତ୍ରରେ ଜଗନ୍ନାଥଙ୍କ ପ୍ରେମସାଗରରେ ଆବାହନ କରୁଛନ୍ତି ଜିଲ୍ଲାବାସୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ସମସ୍ତେ ଭାବବିନୋଦିଆକୁ ନିଷ୍କାମ ଭକ୍ତିର ସହ ସମର୍ପି ଦେଉଛନ୍ତି ଅକ୍ଷତ(ଅରୁଆ ଚାଉଳ) ଓ ଗୁଆ ।
ଡେରାବିଶ ବ୍ଲକର ମଙ୍ଗଳପୁର ଗ୍ରାମ ପଂଚାୟତରେ ‘ଅର୍ପଣ ରଥ’କୁ ଆଜି ଭବ୍ୟ ସ୍ୱାଗତ କରାଯାଇଛି ।ଆଜିର ଏହି କାର୍ଯ୍ୟକ୍ରମରେ ଘଣ୍ଟ ପଦା ବୁଢ଼ୀ ଜାଗୁଳାଇ ମନ୍ଦିର ଠାରୁ ଆରମ୍ଭ କରି ପଞ୍ଚାୟତର ୯ ଗୋଟି ୱାର୍ଡ ‘ଅର୍ପଣ ରଥ’ ପରିକ୍ରମା କରିଛି ।ଏହି ସମୟରେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଭାତ କୁମାର ମଲ୍ଲିକ, ସରପଞ୍ଚ ଇତିଶ୍ରୀ ନାୟକ,ମାନସ ରଞ୍ଜନ ମଲ୍ଲିକ,ଡେରାବିଶ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜ କାନ୍ତ ସାହୁ, ଜିଆର୍ ଏସ ଲକ୍ଷ୍ମୀ ପ୍ରିୟା ଦାସ,ପଞ୍ଚାୟତ ଅଧିକାରୀ ନିମାଇଁ ଚରଣ ପରିଡ଼ାଙ୍କ ସମେତ ସମସ୍ତ ସ୍ଥାନୀୟ ବାସିନ୍ଦା, ସମିତିସଭ୍ୟ ସସ୍ମିତା ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଘରକୁ ଘରବୁଲି ଏହା ସଂଗ୍ରହ କରିଛି ଅରୁଆ ଚାଉଳ ଓ ଗୁଆ । ଚଳିତ ମାସ ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପୂର୍ବରୁ ଏହି ଅକ୍ଷତ ଓ ଗୁଆ କାଳିଆ ଠାକୁରଙ୍କୁ ସମର୍ପଣ କରାଯିବ ।
Sign in
Sign in
Recover your password.
A password will be e-mailed to you.
Prev Post