୧୩ ତମ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଇଟାମାଟିକୁ ହରାଇ କଇଥ ଗାଡିଆ ଚାମ୍ପିଅନ

0

ଓଡ଼ଗାଁ,୯।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବ୍ଲକ ରୋଡ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳ ବାର ୧୩ତମ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ୨ଦିନିଆ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ନୟାଗଡ଼ ଜିଲ୍ଲାର ନୟାଗଡ଼, ଇଟାମାଟି, ଦଶପଲ୍ଲା, ଶରଣକୁଳ, କଇଥ ଗାଡିଆ, ରଣପୁର, ମହିପୁର, ଓଡ଼ଗାଁକୁ ମିଶାଇ ୧୬ଟି ଦଳ ମଧ୍ୟରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଶେଷଦଳ ଭାବେ କଇଥ ଗାଡିଆ ଏବଂ ଶରଣକୁଳ ଫାଇନାଲରେ ପ୍ରବେଶ କରିଥିବା ବେଳେ କଇଥ ଗାଡ଼ିଆ ୨୧-୧୯ ରେ ଚମ୍ପିୟାନ ଆକ୍ଷା ହାସଲ କରିଥିଲେ । ତେବେ ବୁଧ ବାର ଦିନ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର, କଟକ ଅନୁଗୁଳ, ରାଉରକେଲା, ସୋନପୁର , କୋରାପୁଟ, ବଲାଙ୍ଗୀର, ଖୋର୍ଦ୍ଧା, ଢେଙ୍କାନାଳ, ନୟାଗଡ଼ ଜିଲ୍ଲାରୁ ୧୮ଟି ଦଳ ଭାଗନେବେ । ଆଜିର ଉଦଘାଟନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦସଭ୍ୟା ବିରଜା ଲକ୍ଷ୍ମୀ ସାହୁ, ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦୁଃଶାସନ ସ୍ୱାଇଁ, ସହକାରୀ ଯନ୍ତ୍ରୀ ସୁଧାଂଶୁ ବେହେରା, ଓଡ଼ଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହିତ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ ।

Leave A Reply

Your email address will not be published.