ରାଉରକେଲା, (ବସନ୍ତ କୁମାର ଜେନା): ମହାତ୍ମାଗାନ୍ଧୀ ଜୟନ୍ତୀ କମିଟି ଆନୁକୂଲ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ଷିଆନ ରାଜନୀତିଜ୍ଞ ଦିଲୀପ ରାୟଙ୍କ ୭୧ତମ ଜନ୍ମ ଦିବସ ସମାରୋହରେ ପାଳିତ ହୋଇଛି। ହୋଟେଲ ସୋଲେସ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କମିଟିର ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି ଦିଲୀପ ରାୟଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ପ୍ରାରମ୍ଭରେ କମିଟିର ସାଧାରଣ ସଂପାଦିକା ସବିତା ଖାତୁନ ଦିଲୀପ ରାୟଙ୍କୁ ଜଣେ ଉତ୍ତମ ବନ୍ଧୁ, ପରୋପକାରୀ ଓ ନିଆରା ବିଚାରଧାରାର ମଣିଷ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କାଉନସିଲର ମହମ୍ମଦ ଅସଲମ, ଆଇନଜୀବୀ ଶୈଳେନ୍ଦ୍ର ମହାନ୍ତି ପ୍ରମୁଖ ଦିଲୀପ ରାୟଙ୍କୁ ବିକଶିତ ଚିନ୍ତାଧାରାର ମଣିଷ ବୋଲି କହିଥିଲେ। ଏଇ ଅବସରରେ କେକ୍ କାଟି ତାଙ୍କର ଦୀର୍ଘ ଜୀବନ କାମନା କରାଯାଇଥିଲା। ସମାଜସେବୀ ବିଜୟ ଖୁଣ୍ଟିଆ, ପୂର୍ବତନ କାଉନସିଲର ସ୍ମିତା ନାୟକ, ତାରା କ୍ରିଷ୍ଣା, ଆକବର ଖାଁ, ଖୁର୍ସିଦା ମିଶ୍ର, ଚିନ୍ତା ସାହୁ, ବସନ୍ତ ଜେନା ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.