ଦଳ କଲା କଣଠେସା, ବିଜେଡି ଛାଡିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର

0

ଭବାନୀପାଟଣା/ ରୋହିତ ନାୟକ : ଦଳରେ କଣଠେସା ହୋଇ ରହୁଥିବା ବା ଅବହେଳିତ ବୋଧ କରି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବଳଭଦ୍ର ମାଝୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବଳଭଦ୍ର ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି।
ବିଜେଡି ରବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ମାଝୀ ବେଶ କିଛି ବର୍ଷ ଧରି ଦଳରେ ଅଲୋଡ଼ାହୋଇ ରହିଥିଲେ ବି ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମ ରେ ମଧ୍ୟ ଯୋଗଦେଉ ଥିଲେ | ହେଲେ ବିଜେଡି ସୁପ୍ରିମ ଓ ସ୍ଥାନୀୟ କର୍ମୀ ତାଙ୍କୁ ଅଣ ଦେଖା କରୁଥିବା ପ୍ରକାଶ କରିଛନ୍ତି l ଏହାକୁ ନେଇ ଶ୍ରୀ ମାଝୀଙ୍କ ସମର୍ଥକ ମହଲରେ ତ୍ରିବ ଅସନ୍ତୋଷ ପ୍ରକାଶ ପାଇଥିଲା l ତଥାପି ଦଳ ଭିତରେ ଚାପିଚୁପି l ହେଲେ ଆଗକୁ ୨୦୨୪ ନିର୍ବାଚନ କୁ ଦୁଷ୍ଟି ରେ ରଖି ବଳଭଦ୍ର ମାଝୀ ସୋମବାର ଶଙ୍ଖ ଛାଡି ଛନ୍ତି l ଏହି ଖବର ଜଣାପଡିବା ପରେ କଳାହାଣ୍ଡି ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଦୀର୍ଘ ୫ବର୍ଷ ହେଲା ବିଜେଡି ମତେ ଅଣଦେଖା କରିଛି, ଶେଷରେ ବାଧ୍ୟ୍ୟହୋଇ ରାଜ୍ୟ ସଭାପତିଙ୍କୁ ମୋର ଇସ୍ତଫା ପତ୍ର ପ୍ରଦାନ କରିଛି ବୋଲି ମନ୍ତବ୍ୟ ଦେଇଛନ୍ତି ଶ୍ରୀ ମାଝୀ l ୧୯୯୭ ମସିହାରୁ ବଲଭଦ୍ର ମାଝୀ ଏହି ବିଜେଡି ଦଳରେ ୫ଥର ବିଧାୟକ ଓ ୨ଥର ମନ୍ତ୍ରୀ ହୋଇଥିଲେ l ହେଲେ ବର୍ତମାନ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ରାଜନୈତିକ ଦୃଶ୍ୟ ବଦଳିଯାଇଛି l ବର୍ତମାନ ବିଜେଡି ଦଳ ର ବଳଭଦ୍ର ମାଝୀ ଇସ୍ତଫା ଦେବା ପରେ ଲାଞ୍ଜିଗଡ ରେ ବୁଦ୍ଧିଜୀବୀ ମହଲରେ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି l
ବିଜେଡି ସଭାପତିଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ବଳଭଦ୍ର ମାଝୀ ୧୯୯୭ରେ ଦଳ ଗଠନ ହେବା ପରଠାରୁ କାମ କରିବାର ସୁଯୋଗ ଦେଇଥିବାରୁ ତାଙ୍କୁ ବହୁତ ଧନ୍ୟବାଦ ଦେଇଛନ୍ତି | ବଳଭଦ୍ର ମାଝୀ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଦୁଇ ଥର ମନ୍ତ୍ରୀ (ନବୀନ ପଟ୍ଟନାୟକଙ୍କ ପ୍ରଥମ ଓ ଦ୍ୱିତୀୟ ପାଳିରେ) ମଧ୍ୟ ହୋଇଥିଲେ। ସେ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନରୁ ୪ ଥର ନିର୍ବାଚିତ ହୋଇଥିବା ବେଳେ ଲାଞ୍ଜିଗଡ଼ ଆସନରୁ ଥରେ ବିଜୟୀ ହୋଇଥିଲେ। ୧୯୯୦ ଓ ୧୯୯୫ରେ ବଳଭଦ୍ର ମାଝୀ ଜନତା ଦଳ ଟିକେଟରେ ନର୍ଲାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡି ଗଠନ ହେବା ପରେ ସେ ସେଥିରେ ମିଶିଥିଲେ। ୨୦୦୦ ଓ ୨୦୦୪ରେ ସେ ବିଜେଡି ଟିକେଟରେ ନର୍ଲା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ବିଜେଡି ଟିକେଟରେ ଲାଞ୍ଜିଗଡ଼ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ତେବେ ୨୦୧୪ ବିଜେଡି ପୁଣି ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ଦଳ ଲାଞ୍ଜିଗଡ଼ରେ ପ୍ରଦୀପ କୁମାର ଦିଶାରୀଙ୍କୁ ପ୍ରାର୍ଥୀ କରିଥିଲେ। ଏବେ ଇସ୍ତଫା ଦେଇଥିବା ଶ୍ରୀ ମାଝୀଙ୍କ ଗତି କୁଆଡେ ତାହା ଆଗକୁ ଦେଖିବାକୁ ବାକି ରହିଲା l

Leave A Reply

Your email address will not be published.