ରାକ୍ସି ଗ୍ରାମ ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪

0

ଭବାନୀପାଟଣା (ରୋହିତ କୁମାର ନାଏକ ): ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରାକ୍ସି ଗ୍ରାମ ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ଅନୁଷ୍ଠିତ ହୋଇଯାଇଛି l ରାକ୍ସି ସରପଞ୍ଚ ଯେମନ୍ତ ପୋଡ଼ ଙ୍କ ନେତୃତ୍ୱରେ ୦୭ ଘଣ୍ଟା ସମୟରେ ବୀମାଲା ମନ୍ଦିର ଠାରୁ ମଞ୍ଚ ପର୍ଯ୍ୟନ୍ତ ଏକ ଭବ୍ୟ ମଶାଲ ଯାତ୍ରା ଅନୁଷ୍ଠିତ ହୋଇଥିଲା l ରାକ୍ସି ସରପଞ୍ଚ ସରପଞ୍ଚ ଯେମନ୍ତ ପୋଡ଼ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ନର୍ଲା ଜୋନ ୨ର ଜିଲ୍ଲା ପରିସଦ ସଦସ୍ୟ ହରିଶଙ୍କର ମାଝୀ, ରାକ୍ସି ଗ୍ରାମ ପଞ୍ଚାୟତ ସମିତି ସଦସ୍ୟ ଚୁମନ ଭୋଇ ଲୋମ୍ବୋଦର ଭୋଇ,ଲଳିତ ମାଝୀ,ପ୍ରମୁଖ ମଞ୍ଚାସିନ ଥିଲେ l ମଞ୍ଚ ପରିଚାଳନା ସଞ୍ଜୟ କୁମାର ଧଙ୍ଗଡ଼ା ମାଝୀ କରିଥିଲେ କଳାହାଣ୍ଡି ଗୁଟେ କଲାର ହାଣ୍ଡି କଳାହାଣ୍ଡି ର କଲାସଂକୃତି ଏୟୀତିହ୍ୟ ଓ ବିକାଶ ଧାରାରେ ବାର୍ତାବହ କଳାହାଣ୍ଡି ଘୁମୁରା ଦେଖିବାକୁ ମିଳିଥିଲା l ବିଭିନ୍ନ ପ୍ରତିଯୋଗ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ରାକ୍ସି ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ବିଭାଗ ର ସର୍ବମୋଟ ୨୫ଜଣ କର୍ମ ଚାରୀଙ୍କୁ ସମ୍ମାନିତ କରିଥଲେ I ଶିକ୍ଷକ ଶିକ୍ଷୟତ୍ରୀ, କନିଷ୍ଠ ଯନ୍ତ୍ରୀ, ଆଶା,ଅଙ୍ଗନୱାଡି, କର୍ମୀ ସ୍ୱାସ୍ତ୍ୟ କର୍ମୀ, ସି ଆର ପି, ଏମ ବି କେ, ପାଚକ, ପାଚିକା ପିଅନ ମାନେ ସାମିଲ ଥିଲେ lଏହି ଅବସରରେ ଗ୍ରାମ ପଞ୍ଚାୟତ ୱାର୍ଡ ସଭ୍ୟ, ସଭ୍ୟା ମାନଙ୍କୁ ମଧ୍ୟ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜି ଆର ଏସ, ଯୋଗାଣ ସହାୟକ. ଶ୍ରୀ ସାହୁ, ପଞ୍ଚାୟତ ର ସେବକ ଓ ବୁଦ୍ଧିଜୀବୀ, ସମାଜସେବି, ପୂର୍ବତନ ସମିତି ସଦସ୍ୟ ପ୍ରଦ୍ୟୁମ୍ନ ଭୋଇ,ଚକିତ ତାଣ୍ଡି, କିଶନ ପୋଢ଼ ନନ୍ଦୁଲାଲ ମାଝୀ ପ୍ରମୁଖ କାର୍ଯ୍ୟକ୍ରମରେ ପରିଚାଳନାରେ ବିଶେଷ ଭାବରେ ସହଯୋଗ କରିଥିଲେ l କଳାହାଣ୍ଡି ର ବୀରବାଦ୍ୟ ଘୁମୁରା ସହ ଅନେକ ସଂଗୀତ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ମଜା ନେଇଥିଲେ ଦର୍ଶକ l

Leave A Reply

Your email address will not be published.