ମଧ୍ୟାହ୍ନ ଭୋଜନ ହଡ଼ପ ନେଇ ଅଭିଯୋଗ ଆଣିଲେ ସଭାପତି : ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଗ୍ରାମବାସୀ l

0 2

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧକାରୀ କାର୍ଯ୍ୟାଳୟ ଅଧୁନସୁ ସରପଡ଼ା ପଞ୍ଚାୟତ ବୋଧଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ଚାଉଳ ହଡ଼ପ ହେବା ସମୟରେ ଧରାପଡ଼ିଯିବା ନେଇ ବିଇଓ ଙ୍କ ନିକଟରେ ଅଭିଯୋଗ ହୋଇଛି । ହଡ଼ପକାରୀ ଠାରୁ ଦୁଇ ବସ୍ତା (୧ କ୍ଵିଣ୍ଟାଲ) ଚାଉଳ ଜବତ ହୋଇଥିବା ଜଣାଯାଇଛି l ଶନିବାର ସକାଳୁଆ ସ୍କୁଲ ଥିବାରୁ ଏହାର ସୁଯୋଗ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଏବଂ ଚତୁର୍ଥଶ୍ରେଣୀ କର୍ମଚାରୀ ନେମାଳ ଅଞ୍ଚଳର ଜନୈକ ବ୍ୟବସାୟୀଙ୍କୁ ଡ଼ାକି ୨୫୦୦ ଟଙ୍କାରେ ୨ବସ୍ତା ଚାଉଳ ବିକ୍ରି କରିଥିଲେ l ବ୍ୟବସାୟୀ ଜଣକ ଏକ ବାଇକରେ ଲଦି ସ୍କୁଲ ଭିତରୁ ଚାଉଳ ନେଇ ବାହାରୁଥୁଲା ସମୟରେ ସ୍କୁଲ ପରିଚାଳନା କମିଟିର ସଭାପତି ଅକ୍ଷୟ କୁମାର ପୁହାଣ ଏବଂ କେତେକ ଗ୍ରାମବାସୀ ଏହାକୁ ଦେଖ୍ ଅଟକାଇଥିଲେ l ଏ ସଂକ୍ରାନ୍ତରେ ବ୍ୟବସାୟୀଙ୍କୁ ପଚାରି ବୁଝିବାରୁ ପ୍ରଧାନଶିକ୍ଷୟିତ୍ରୀ ତାଙ୍କୁ ଡ଼ାକି ଚାଉଳ ବିକ୍ରି କରିଥିବା କହିଥିଲେ। ସଭାପତି ଜଣକ ଏ ସଂକ୍ରାନ୍ତରେ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଲିଖୁତ ଭାବେ ଜଣାଇବା ପରେ ମଧାହ୍ନ ଭୋଜନ ପରିଚାଳନା ଦାୟିତ୍ଵରେ ରହିଥ‌ିବା ଏବିଇଓ ପାର୍ବତୀ ନନ୍ଦ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରି ଆସିଛନ୍ତି । ଏ ସଂକ୍ରାନ୍ତରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ନଭେମ୍ବର ମାସରେ ସେ ଧାର ଆଣିଥିବା ଚାଉଳକୁ ଫେରସ୍ତ କରୁଥିଲେ ବୋଲି ପ୍ରକାଶ କରିଛନ୍ତି । କେବଳ ବୋଧଙ୍ଗ ସ୍କୁଲ ନୁହେଁ ଏହି ବ୍ଲକ ଅଞ୍ଚଳରେ ଅନେକ ସ୍କୁଲରେ ପ୍ରଧାନଶିକ୍ଷକ,ପରିଚାଳନା କମିଟି ଏବଂ ମଧାହ୍ନ ଭୋଜନ ପରିଚାଳନା ଦାୟିତ୍ଵରେ ଥିବା ଅଧିକାରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ସୃଷ୍ଟି ହୋଇ ଚାଉଳ ହଡ଼ପ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ସାଧାରଣରେ ଆଲୋଚନା ହେଉଛି । ଏହି ବିଦ୍ୟାଳୟରେ ଚାଉଳ ହଡ଼ପ ଘଟଣା ଲୋକଲୋଚନକୁ ଆସିଥିଲେ ମଧ୍ୟ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଚପାଇଦେବା ପାଇଁ ଉଦ୍ୟମ ଚାଲିଥିବା ସ୍ପଷ୍ଟ ବାରି ହେଉଛି । କାରଣ ଏ ସଂକ୍ରାନ୍ତରେ ମଧାହ୍ନ ଭୋଜନ ପରିଚାଳନା ଦାୟିତ୍ଵରେ ଥିବା ଏବିଇଓଙ୍କୁ ପଚାରିବାରୁ ପ୍ରଧାନଶିକ୍ଷୟିତ୍ରୀ ନଭେମ୍ବର ମାସରେ ଧାର ଆଣିଥିବା ଚାଉଳକୁ ଫେରାଉଥିଲେ ବୋଲି ପ୍ରକାଶ କରିଛନ୍ତି । ଅପରପକ୍ଷରେ ଏହି ଚାଉଳ ହଡ଼ପ ପଛରେ କି ରହସ୍ୟ ରହିଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗ୍ରାମବାସୀ ଓ ପରିଚାଳନା କମିଟି ସଭାପତି ଦାବି କରିଛନ୍ତି ।

Leave A Reply

Your email address will not be published.