ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ପ୍ରାୟ ନଅ ମାସ ପରେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ। ବେଲଗୁଣ୍ଠା ଅଞ୍ଚଳ ଗୋଶାଳା ଛକ ନିକଟରେ ଓଡିଶା ଡ୍ରାଇଭର ମହାସଂଘର ଆହ୍ୱାନ କ୍ରମେ ବ୍ଲକର ପ୍ରାୟ ଶତାଧିକ ଚାଳକ ଏକତ୍ରିତ ହୋଇ ଭାରତ ସରକାରଙ୍କ ନୂଆଁ ଦଣ୍ଡବିଧାନ ନିୟମ ଓ ଓଡିଶା ସରକାରଙ୍କ ମିଛ ପ୍ରତିଶୃତିକୁ ପ୍ରତିବାଦ କରି ବେଲଗୁଣ୍ଠା ବ୍ଲକ ଡ୍ରାଇଭର ସଙ୍ଘର ସଭାପତି ମଧୁସୂଦନ ଜେନା ଓ ଜିଲ୍ଲା କମିଟି ପ୍ରସନ୍ନ ଚନ୍ଦ୍ର ବିଷୋୟୀଙ୍କ ନେତୃତ୍ୱରେ ଅନିର୍ଦ୍ଧିଷ୍ଟ କାଳ ଷ୍ଟିଅରିଂ ଛାଡ଼ିବା ପାଇଁ ଚେତାବନୀ ଦେଇଛନ୍ତି। ପ୍ରଥମ ଦିନ ଆନ୍ଦୋଳନରେ କିଛି ପ୍ରଭାବ ପଡିନଥିବା ବେଳେ ଦ୍ଵିତୀୟ ଦିନ ଆନ୍ଦୋଳନକୁ ଓଡ଼ିଶାର ସମସ୍ତ ଡ୍ରାଇଭର ସାମିଲ ହେବେ ବୋଲି ନିଷ୍ପତି ନେଇଥିବା ଜଣାପଡିଛି। ଡ୍ରାଇଭର ମାନେ ଗରିବ ଶ୍ରେଣୀର ହୋଇଥିବାରୁ ନିଜ ଦରମାରେ ଘର ଚଳାଇବା ସମ୍ଭବ ହୋଇପାରୁନଥିବା ବେଳେ ଭାରତ ସରକାରଙ୍କ କଳା ନିୟମ ଲାଗୁ କରିବା କଟା ଘା’ରେ ଚୁନ ଦେବା ସଦୃଶ ବୋଲି କହିଛନ୍ତି। ସେମାନଙ୍କ ଦାବି ଅନୁସାରେ ନୂତନ ଭାବେ ଲାଗୁ ହୋଇଥିବା ‘ହିଟ ଏଣ୍ଡ ରନ’ ଆଇନକୁ ପ୍ରତ୍ୟାହାର କରିବା ସହିତ ଗାଡି ପାର୍କିଂ ଓ ଡ୍ରାଇଭର ମାନଙ୍କ ବିଶ୍ରାମ ପାଇଁ ୧୦୦ କି.ମି ବ୍ୟବଧାନରେ ଶୌଚାଳୟ ସହିତ ବିଶ୍ରାମଗାର, ୫୫ ବର୍ଷରେ ପେନସନ ଯୋଜନା, ଦୁର୍ଘଟଣାରେ ପ୍ରାଣ ହରାଇଲେ ୨୦ ଲକ୍ଷ ଓ ଅକର୍ମଣୀୟ ହେଲେ ୧୦ ଲକ୍ଷ୍ୟ, ଡ୍ରାଇଭର ମାନଙ୍କୁ ଦ୍ଵିତୀୟ ସୈନିକ ମାନ୍ୟତା, ଗୃହ ନିର୍ମାଣ ପାଇଁ ୫ ଲକ୍ଷ ପ୍ରଦାନ, ଡ୍ରାଇଭର ମାନଙ୍କ ପିଲାଙ୍କୁ ଉଚ୍ଚଶିକ୍ଷା ବ୍ୟବସ୍ଥା, ରାଜରାସ୍ତାରେ ଡ୍ରାଇଭର ମାନଙ୍କୁ ପ୍ରଶାସନ ଦ୍ୱାରା ହଇରାଣ ନ କରିବା ସହିତ ଲାଇସେନ୍ସ ପାଇଁ ଧାର୍ଯ୍ୟ ହୋଇଥିବା ୧୫ ହଜାର ଟଙ୍କା ବଦଳରେ କମ ମୂଲ୍ୟ ପାଇଁ ଦାବି ଜଣାଇଛନ୍ତି। ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହାର ହେବନି ବୋଲି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.