ଶ୍ରୀମନ୍ଦିର ରେ ସଂସ୍କୃତି ସମ୍ପନ୍ନ ପୋଷାକ ପିନ୍ଧିବା ର ସଚେତନ ବାର୍ତ୍ତା ରଖିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ।

0 2

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ଆମ ଭାରତ ଏକ ସଂସ୍କୃତି ସଂପନ୍ନ ଦେଶ ଅଟେ। ଓଡ଼ିଶା କୁ ଅନ୍ୟ ରାଜ୍ୟରେ ଠାକୁର୍ ଦେଶ ବୋଲି ଆଖ୍ୟା ଦିଆଯାଏ । ଆମର ସଂସ୍କୃତିକୁ ଅନ୍ୟ ଦେଶର ଲୋକ ଆପଣାନ୍ତି । ମହାପ୍ରଭୁ ଜଗନ୍ନାଥ ସାରା ବିଶ୍ଵର ଆରାଧ୍ୟ ଦେବତା। ତାଙ୍କର ଦେଉଳ ବଡଦେଉଳ ନାମରେ ଖ୍ୟାତ। ଏହି ବଡ଼ ଦେଉଳରେ ଆଧୁନିକତାର ଆଳ ଦେଖାଇ କିଛି ଅସାମାଜିକ ବ୍ୟକ୍ତି ଅଶାଳୀନ ପୋଷାକ ପିନ୍ଧି ମନ୍ଦିରକୁ ପ୍ରବେଶ କରିବା ଯୋଗୁଁ ଏହାର ମର୍ଯ୍ୟାଦା କଳଙ୍କିତ ହେଉଥିଲା। ମନ୍ଦିର ପ୍ରଶାସନ ତରଫରୁ ଏହି ଅଶାଳୀନ ପୋଷାକ ଉପରେ କଟକଣା ଲାଗିବା ପରେ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ନୂଆ ବର୍ଷ ଆରମ୍ଭରେ ଏହି ବାର୍ତ୍ତାକୁ ପ୍ରଚାର କରାଯାଇଥିଲା। ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି ,ଉପସଭାପତି ରଶ୍ମିରଞ୍ଜନ ବାରିକ , ସଂଜିବ କୁମାର ତରାଇ ,ସନ୍ତୋଷ ପଟ୍ଟନାୟକ,ଓ ଜିତେନ୍ଦ୍ର ସେଠି ପ୍ରମୁଖ ବଡ଼ଦାଣ୍ଡରେ ଭକ୍ତ ମାନଙ୍କୁ ଏହି ବାର୍ତ୍ତା ଦେବା ସହ ଆମ ଭାରତୀୟ ପୋଷାକ ପରିଧାନ କରିବାକୁ ହାତଯୋଡି ନିବେଦନ କରିଥିଲେ ।

Leave A Reply

Your email address will not be published.