ଭଞ୍ଜନଗର: ପ୍ରଭୁ ଶ୍ରୀରାମ ଭଗବାନ୍ ଙ୍କ ଜନ୍ମଭୂମି ଅଯୋଧ୍ୟା ରୁ ଅକ୍ଷତ କଳସ ସମ୍ପୂର୍ଣ ଭାରତ ଦେଶକୁ ପହଁଞ୍ଚି ସାରିଛି। ସେହି ଅକ୍ଷତ କଳସରେ ହଳଦିଆ ଅକ୍ଷତ ଚାଉଳ ରହିଛି। ଏବଂ ଚାଉଳ କୁ ସାରା ଦେଶର ବିଶ୍ଵହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଆର୍.ଏସ.ଏସ୍ କାର୍ଯ୍ୟକର୍ତ୍ତା ଙ୍କ ଦ୍ଵାରା ଦେଶର ପ୍ରତ୍ୟେକ ହିନ୍ଦୁ ଓ ସନାତନି ପରିବାର ସଦସ୍ୟ ପାଖରେ ପହଁଞ୍ଚାଇବା ର ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଶ୍ରୀରାମ୍ ଜନ୍ମଭୂମି ଅଯୋଧ୍ୟା କୁ ଯିବାପାଇଁ ନିମନ୍ତ୍ରଣ। ଆଜି ଗଞ୍ଜାମ୍ ଜିଲ୍ଲା ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ କୁଲାଡ ପଞ୍ଚାୟତରେ ଶ୍ରୀରାମ୍ ଜନ୍ମଭୂମି ଅଯୋଧ୍ୟା ରୁ ଆସିଥିବା ଅକ୍ଷତ ଚାଉଳ ଓ ନିବେଦନ ପତ୍ର ସହିତ ନିମନ୍ତ୍ରଣ ପତ୍ର କୁ ସମସ୍ତ ପରିବାରକୁ ବଣ୍ଟାଯିବାର ଅକ୍ଷତ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କୁଲାଡ ଗ୍ରାମ ସମେତ ଭଞ୍ଜନଗର, ତିଳିସିଗିଂ ଓ ଆଖପାଖ ଅଞ୍ଚଳ ର ବିଶ୍ଵହିନ୍ଦୁ ପରିଷଦ, ବଜରଙ୍ଗ ଦଳ,ଓ ସ୍ୱୟଂସେବକ ସଂଘ ର ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଗଣ ଯୋଗଦାନ କରିଥିଲେ। ଏଥିନିମନ୍ତେ ଏକ ସଂକୀର୍ତ୍ତନ ମଣ୍ଡଳୀ ମାଧ୍ୟମରେ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ରୁ ବାଜବାଜଣା ଦ୍ଵାରା ଅକ୍ଷତ କଳସ କୁ ମୁଣ୍ଡରେ ଧାରଣକରି ପ୍ରତ୍ୟେକ ସାହି ଗଳି କନ୍ଦିରେ ଥିବା ଜନସାଧାରଣ ଙ୍କୁ ବଣ୍ଟାଯାଇଥିଲ। ସ୍ଥାନୀୟ ଶିଶୁ ମନ୍ଦିର ର ପ୍ରଧାନ ଶିକ୍ଷକ ଶିବରାମ ପ୍ରଧାନ ତାଙ୍କରି ବିଦ୍ୟାଳୟ ର ସମସ୍ତ କାର୍ଯ୍ୟକର୍ତ୍ତା ଓ ଅନେକ ଛାତ୍ର ଏହି କାର୍ଯ୍ୟକ୍ରମରେ ସ୍ଵୟଂ ଯୋଗଦାନ କରିଥିଲେ।
ଅକ୍ଷତ କଳସ କୁ ଧାରଣ କରିଥିଲେ ସ୍ଥାନୀୟ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ମନୋରଞ୍ଜନ ପତି। ଏବଂ ସ୍ଥାନୀୟ ବିଶ୍ଵହିନ୍ଦୁ ପରିଷଦର ଶ୍ରୀ ଶରତ ସୁଆର, ଆର୍ ଏସ୍ ଏସ୍ ର ଶ୍ରୀ ପ୍ରମୋଦ ସାହୁ, ବଜରଙ୍ଗ ଦଳର ଶ୍ରୀ ଵୁଲୁ ସାହୁ, ଗୌଡ଼ଵାବୁ, ପତିବାବୁ, ସିମାଞ୍ଚଳ ବାବୁ ସମେତ ଅନ୍ୟାନ୍ୟ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଗଣ ଏଥିରେ ଅଂଶଗ୍ରହଣ କରିଥିଲେ। ସେହିପରି ଭଞ୍ଜନଗର, ତିଳିସିଗିଂ ର ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟରେ ଶ୍ରୀ ସୁଧିର ନାୟକ, ବିଶ୍ଵହିନ୍ଦୁ ପରିଷଦ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ମୁରଲୀଧର ପଣ୍ଡା, ପୁର୍ଣ୍ଣଚନ୍ଦ୍ର ଗୌଡ଼, ବଟକୃଷ୍ଣ ପଣ୍ଡା ଓ ଭାଗ୍ୟଲଷ୍ମି ଭଉଣୀ ଯୋଗଦାନ କରିଥିଲେ। ଉକ୍ତ ପଞ୍ଚାୟତ ର ପ୍ରତ୍ୟେକ ସାହିର ସମସ୍ତ ପରିବାର କୁ ଅଯୋଧ୍ୟା ରୁ ଆସିଥିବା ଅକ୍ଷତ ଚାଉଳ ବଣ୍ଟାଯିବା ସହିତ ଅନେକ ସ୍ଥାନରେ ସ୍ତ୍ରୀଲୋକମାନେ ଏହି ଅକ୍ଷତ କଳସ କୁ ହୁଳହୁଳି ପକାଇ ଧୂପ ଦୀପ ଫୁଲ ଚାଉଳ ରେ ବନ୍ଦାପନା କରିଥିଲେ। ଶ୍ରୀରାମ ଧ୍ୱନି ଓ ହରିନାମ ରେ ଏହି କୁଲାଡ ଗ୍ରାମଟି ଉଛୁଳି ଉଠିଥିଲା।