ନବ ଭାରତ ନିର୍ମାଣ ଓ ଜାତୀୟ ସଂହତି ରକ୍ଷାରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଅବଦାନ ଯୁଗେ ଯୁଗେ ଅବିସ୍ମରଣୀୟ

0

 

ବାଲେଶ୍ୱରରେ‘ଇନ୍ଦିରା ଜ୍ୟୋତି’କୁ ଭବ୍ୟ ସ୍ୱାଗତ

 

ବାଲେଶ୍ୱର/ujjwal kar : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୧୦୦ତମ  ଜୟନ୍ତୀକୁ ସ୍ମରଣୀୟ କରିବା ଉଦେ୍ଧଶ୍ୟରେ ରାଜ୍ୟରେ ପରିଭ୍ରମଣ କରୁଥିବା ‘ଇନ୍ଦିରା ଜ୍ୟୋତି’କୁ ଆଜି ବାଲେଶ୍ୱରରେ ସ୍ୱାଗତ କରାଯାଇଛି । ନୀଳଗିରିରୁ ଆସି ବାଲେଶ୍ୱରରେ ପହଞ୍ଚିବା ପରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ଜ୍ୟୋତିକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ପରିସରରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା ।  ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଶ୍ରୀକାନ୍ତ ଜେନା,  ପୂର୍ବତନ ବିଧାୟକ ଅରୁଣ ଦେ, ଜୟନାରାୟଣ ମହାନ୍ତି, ଅକ୍ଷୟ ଆଚାର୍ଯ୍ୟ, ଚିତ୍ତରଂଜନ ଷଡ଼ଙ୍ଗୀ ପ୍ରମୁଖ ଏଥିରେ ଯୋଗଦେଇ ନବ ଭାରତ ନିର୍ମାଣ ଓ ଜାତୀୟ ସଂହତି ରକ୍ଷାରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଅବଦାନ ଯୁଗେ ଯୁଗେ ଅବିସ୍ମରଣୀୟ ହୋଇ ରହିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ସ୍ୱାଧୀନତାର ୬୦ ବର୍ଷ ମଧ୍ୟରେ ଦେଶ ବିକାଶରେ କଂଗ୍ରେସର ଭୂମିକାକୁ ଦେଶବାସୀ ଅସ୍ୱୀକାର କରୁନଥିବା ବେଳେ ବର୍ତ୍ତମାନର ବିଜେପି ସରକାର ଆକ୍ରୋଶମୂଳକ ଭାବେ ଏହାକୁ କଦର୍ଥ ପାଇଁ କରିଥିବା ଉଦ୍ୟମ ଦୁର୍ଭାଗ୍ୟର ବିଷୟ ବୋଲି ଅତିଥିମାନେ କହିଥିଲେ । ତେବେ ଆଗାମୀ ଦିନରେ ସାଧାରଣ ଜନତାଙ୍କଠାରୁ ଏହାର ଉଚିତ ଜବାବ ମିଳିବ ବୋଲି ସେମାନେ ଆଶ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ଯୁବ ସଂଗଠକ ବେଣୁମାଧବ ପଣ୍ଡା, ବିକ୍ରମ ପଣ୍ଡା, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ କୈଳାସ ସାହୁ, ଅକ୍ଷୟ ମଲ୍ଲିକ, ପିସିସି ସଦସ୍ୟ ମାନସ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ସୋର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଶ୍ରୀକାନ୍ତ ଜେନା, ଜଳେଶ୍ୱର ବ୍ଲକ ପୂର୍ବତନ ଅଧ୍ୟକ୍ଷ ତପନ ଦାସ ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସତ୍ୟଶିବ ଦାସ  ଦାସ ଏହି ସାଧାରଣ ସଭାରେ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟନାରାୟଣ ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଟାଉନ କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବ ନେତା ସଞ୍ଜୁ ଗିରି ବିବେକାନନ୍ଦ ମହାନ୍ତି, ଆଶିଷ ସାହୁ, ଦେବଦତ୍ତ ଦାସ, ତୁଷାରକାନ୍ତି ତପସ୍ୱୀ, ବିଧାନ ଜେନା, ଅର୍ଧେନ୍ଦୁ ଶେଖର ଦାସ ପ୍ରମୁଖ ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । 

 

 

 

Leave A Reply

Your email address will not be published.