ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାମନଗର ସ୍ଥିତ ହାଇଟେକ୍ ପ୍ଲାଜା ପରିସରରେ ନୂଆଁ ବର୍ଷ ଉପଲକ୍ଷେ ହାଇଟେକ୍ ଗୃପ ପକ୍ଷରୁ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହାଇଟେକ୍ ଗ୍ରୁପର ନିର୍ଦ୍ଦେଶକ ଇଁ: ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ଡିଜେନ ପାଢ଼ୀ , ଭାଗବତ ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ। ହାଇଟେକ୍ ଗ୍ରୁପର ନିର୍ଦ୍ଦେଶକ ରୁପେଶ ପାଣିଗ୍ରାହୀ ଉଦବୋଧନ ଦେଇ ଉପସ୍ଥିତ ଥିବା ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନୂତନ ବର୍ଷ – ୨୦୨୪ର ଅଭିନନ୍ଦନ ଜଣାଇଥିଲେ। ତାଙ୍କ ପିତା ହାଇଟେକ୍ ଗ୍ରୁପ ର ଚେୟାରମେନ ଡ଼.ତିରୁପତି ପାଣିଗ୍ରାହୀ ଏହି ପାରଳାଖେମୁଣ୍ଡି ମାଟିରୁ ନିଜର କର୍ମ ଜୀବନ ଆରମ୍ଭ କରି ଆଜି ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶରେ ୩ଟି ମେଡିକାଲ କଲେଜ ଖୋଲି ପାରିଛନ୍ତି।
ପାରଳାଖେମୁଣ୍ଡି ମାଟି ହେଉଛି ଏଭଳି ଏକ ମାଟି ଏହି ମାଟିରୁ ଯିଏ ଥରେ ନିଷ୍ପତି ନିଏ କିଛି କରିବି ବୋଲି ତାକୁ ସାକାର କରିପାରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆଗାମୀ ଦିନରେ ଗଜପତି ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଉପସ୍ଥିତ ସମସ୍ତ ଗଣ ମାଧ୍ୟମର ପ୍ରତିନିଧି ସାହାଯ୍ୟ ସାହୋଜଗ କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ଗଣେଶ ରାଜୁ , କୃଷ୍ଣକୁମାର ବେହେରା , ଗୋବିନ୍ଦ ଆଚାର୍ଯ୍ୟ , କୁନା ପରିଚ୍ଛା , କ୍ରୀତଦାସ ବର୍ଦ୍ଧନ , ବାଳକୃଷ୍ଣ ପାଣିଗ୍ରାହୀ , ସନ୍ତୋଷ ପାଟ୍ଟୋଯୋଶୀ , ବିର କିଶୋର ପଟ୍ଟନାୟକ ,
ନାଗେଶ୍ଵର ମହାପାତ୍ର , ଜଗଦୀଶ ପଣ୍ଡା , ଶିଶିର ଗୌଡ଼ , ବିବେକାନନ୍ଦ ବେହେରା , ବସନ୍ତ ପଣ୍ଡା , ସୁଜିତ୍ ବିଷୋୟୀ , ସରୋଜ ବୀର , ସୁଜିତ୍ ପ୍ରଧାନ , ଶିବାଜୀ ପଟ୍ଟନାୟକ , ପ୍ରଭାତ ପାତ୍ର , ପି.ରାମୁ , ଶ୍ରୀ ଶେଖର , ଶ୍ରୀ ସାବତ ଯୋଗ ଦେଇ ଥିବା ବେଳେ ସାମ୍ୱାଦିକ କୃଷ୍ଣ କୁମାର ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.