ଐତିହାସିକ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ପୁରାତନ ଛାତ୍ର ସଂସଦ ଅତିଥି ଭବନ କୋଠାର ପୁନନିର୍ମାଣ ପାଇଁ ଶୁଭ ଦେଲେ ପାରଳା ବିଧାୟକ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମାର ଠାରେ ଥିବା ଐତିହାସିକ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସର ରେ ଥିବା ପୁରାତନ ଛାତ୍ର ସଂସଦ ଅତିଥି ଭବନ କୋଠାର ପୁନନିର୍ମାଣ ପାଇଁ ବିଧାୟକ ଶୁଭ ପକାଇଛନ୍ତି।
ପାରଳା ବିଧାୟକ କେ.ନାରାୟଣ ରାଓ ନିଜ ହାତ ପାଣ୍ଠି ରୁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଓଡ଼ିଶାର ଦ୍ବିତୀୟ ସର୍ବ ପୁରାତନ ଏହି କଲେଜରେ ପୁରାତନ ଛାତ୍ର ସଂସଦ ସଦସ୍ୟ ମାନଙ୍କ ପକ୍ଷରୁ ନିର୍ମିତ ନିଜସ୍ୱ ଏକ କୋଠା ରହିଛି ଯାହା ଓଡ଼ିଶା ର ଅନ୍ୟ କଲେଜ ରେ ଦେଖିବାକୁ ମିଳେନାହିଁ। କିମ୍ବା ଅନ୍ୟ କେଉଁ କଲେଜ ରେ ଏହି ପରି ପୁରାତନ ଛାତ୍ର ସଂସଦ ର କୋଠା ନାହିଁ। ତେଣୁ ଏହିପରି ଏକ ସ୍ୱତନ୍ତ୍ରତା ଥିବାରୁ ତଥା ଖୋଦ ବିଧାୟକ ଏହି କଲେଜ ର ପୂରାତନ ଛାତ୍ର ହୋଇଥିବାରୁ ନିଜ ହାତ ପାଣ୍ଠି ରୁ କୋଠା ର ପୁନହଁ ନିର୍ମାଣ ପାଇଁ ଟଙ୍କା ପ୍ରଦାନ କରିଛନ୍ତି।
ଏହି ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ବେଳେ କଲେଜ ପକ୍ଷରୁ ଅଧ୍ୟକ୍ଷ ଡ. ଜିତେନ୍ଦ୍ର ପଟ୍ଟନାୟକ , ଅଧ୍ୟାପକ ରମାକାନ୍ତ ଭୂୟାଁ ଥିବା ବେଳେ ପୁରାତନ ଛାତ୍ର ସଂସଦ ପକ୍ଷରୁ କାର୍ଯ୍ୟକାରୀ ସଭାପତି ନାସିର ବେଗ , ଉପ ସଭାପତି ଆଦର୍ଶ ଦାସ ଓ ଉପ ସଭାନେତ୍ରୀ ଆଶାଲତା ପାଣିଗ୍ରାହୀ , ବସନ୍ତ ପଣ୍ଡା , ଭାଗବତ ପାଢ଼ୀ , ସୁଶୀଲ ପାଣିଗ୍ରାହୀ , ନୃସିଂହ ଚରଣ ପଟ୍ଟନାୟକ , ହରି ମୋହନ ପଟ୍ଟନାୟକ ଓ ସ୍ଥାନୀୟ କାଉନସିଲର ଜ୍ୟୋତିର୍ମୟୀ ଦାସ ଓ ପୌର ପରିଷଦର ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.