ବାଣପୁର (ସେକ କୌସର ): ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ କ୍ରୀଡାପରିଷଦର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଗତ ୨୬ ଓ ୨୭ ତାରିଖ ଦୁଇଦିନ ଧରି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜିତ
ହୋଇଥିବାବେଳେ ଆଜି ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟା ବନ୍ଦନା ରାଉତରାୟଙ୍କ ସଭାପତିତ୍ୱ ରେ ଆୟୋଜିତ ଭଵ୍ୟ ସମାରୋହରେ ନୂତନ ଓଡିଶା ଉନ୍ନତ ଓଡିଶା ଆନୁକୂଲ୍ୟରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା
ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ ଶୂରପ୍ରତାପ ନରେନ୍ଦ୍ର ସିଂ ବର୍ମା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟକ୍ଷ ବିନାୟକ ହୋତା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।କ୍ରୀଡାପରିଷଦର ଉପ ସଭାପତି ପୁଲୀନ ବିହାରୀ ଜେନା ବିବରଣୀ ପିଠ କରିଥିଲେ ଅତିଥିଭାବରେ ବାଣପୁର ବିଜ୍ଞାପିତ ଅ°ଚଳ ପରିଷଦର ଅଧ୍ୟକ୍ଷ ଶ୍ରୁ ମିଟୁ ନାୟକ ପୁରସ୍କାର ପ୍ରଦାନକରି ମହାବିଦ୍ୟାଳୟର ବିକାଶ ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ପୁରାତନ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ ଓ ବର୍ତ୍ତମାନର କ୍ରୀଡା ଶିକ୍ଷକ ଦେବାଶିଷ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର, ନୋଡାଲ ଅଫିସର ଜୟନ୍ତ କୁମାର ବିହିରୀ, କ୍ରୀଡାପରିଷଦର ସହ ଉଫ ସଭାପତି ଅଜୟ କୁମାର ଦାଶ, ପ୍ରଭାତ କୁମାର ଶାସମଲ, ଆଶ୍ଵିନୀ ବାରିକ, ଚିତ୍ରସେନ ପ୍ରଧାନ ଓ ଏନ୍ ସି ସି ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।ଏନ୍ ସି ସି ଅଧିକାରୀ ଡ଼ ଗୁରୁକିଶୋର ନାୟକ ମ°ଚ ପରିଚାଳନା କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.