ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ୧୩୯ ତମ ଭାରତର ଜାତୀୟ କଂଗ୍ରେସ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ସକାଳ କଂଗ୍ରେସ କାର୍ଯ୍ୟାଳୟ ରେ ସମସ୍ତ ବ୍ଲକ୍ ରୁ ଆସିଥିବା କଂଗ୍ରେସ କର୍ମୀଏକତ୍ରୀତ ହୋଇ ସର୍ବପ୍ରଥମେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରୀ ଯୁକ୍ତ ବିଜୟ କୁମାର ପଟ୍ଟନାୟକ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ର ଚେୟାରମେନ ଙ୍କ ଦ୍ଵାରା କଂଗ୍ରେସ ଦଳୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଜନଗଣମନ ପ୍ରାରମ୍ଭିକ ଗୀତ ଗାନ କରିଥିଲେ ଦଳୀୟ ପଦାଧିକାରୀ ମାନଙ୍କୁ ନାମ ନେଇ ସ୍ଲୋଗାନ ଦେଇଥିଲେ।
ତାହାପରେ ପୂର୍ବତନ ବିଧାୟକ ସ୍ବର୍ଗତ ତ୍ରିନାଥ ସାହୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଉଥିଲା। ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ୧୩୯ତମ ପ୍ରତିଷ୍ଠା ଦିବସ ବିଷୟରେ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା।
ଆଜିର ଏହି ବୈଠକରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ମୋହନା ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଯୁକ୍ତ ଦାସରଥି ଗମାଙ୍ଗ ମୁଖ୍ୟ ବକ୍ତା ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପ୍ରଦେଶ କଂଗ୍ରେସ କମିଟି ର ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ଯୁକ୍ତ ବିଜୟ କୁମାର ପଟ୍ଟନାୟକ , ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ଦଳେଇ , ମହିଳା ଉପ ସଭାପତି ବଂଶୀଧର ସାମନ୍ତ ସିଂହାର , ସୂର୍ଯ୍ୟ ନାରାୟଣ ପାତ୍ର , ବସନ୍ତ କୁମାର ପଣ୍ଡା ମଞ୍ଚସ୍ଥ ଥିବା ବେଳେ ବିଭିନ୍ନ ବ୍ଲକ ର ବ୍ଲକ୍ କଂଗ୍ରେସ କମିଟି ସଭାପତି ଓ ଜିଲ୍ଲା ଯୁବ କଂଗ୍ରେସ , ଛାତ୍ର କଂଗ୍ରେସ , ମହିଳା କଂଗ୍ରେସ , ଓବିସି ସେଲର ସଭାପତି ଓ ସମସ୍ତ ଆଗଧାଡିର ନେତା କର୍ମୀମାନେ ଉତ୍ସାହର ସହିତ ବୈଠକରେ ଉପସ୍ଥିତ ରହିଥିଲେ।
ଆଜିର ବୈଠକରେ ବିଜେପି ବିଜେଡ଼ି ର ଅପାରଗତା ତଥା ବିଭିନ୍ନ ଅନୁଦାନ ନାମରେ ବାଟମାରଣା , ନାରୀ ନିର୍ଯାତନା , କଳାଧନ , ନୋଟ୍ ବିମୂଦ୍ରୀକରଣ , ଗ୍ୟାସ ଦର ବୃଦ୍ଧି , ସମସ୍ତ ସରକାରୀ ସଂସ୍ଥା ଘରୋଇ କରୋଣ ଏମିତି ବିଭିନ୍ନ ବିଷୟରେ ବର୍ଷିଛନ୍ତି ନେତା କର୍ମୀମାନେ। ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ।
ଆଜିର ଏହି ପ୍ରତିଷ୍ଠା ଦିବସ ବହୁତ ନେତା କର୍ମୀମାନେ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମରେ ରାଜାପାତ୍ର , ସୁଧ ପଣ୍ଡା ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.