କଟକ ସଦର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର 27 ତମ ପ୍ରତିଷ୍ଠା ଦିବସ ପାଳିତ – ହଜାର ହଜାର ସଂଖ୍ୟକ ବିଜୁ ପ୍ରେମୀ ଙ୍କ ସମାଗମ l

0

ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଉତ୍ତରକୂଳ ପଞ୍ଚାୟତ ପିଇଁପୁର ନିକଟରେ ବିଜୁ ଜନତା ଦଳ ପକ୍ଷରୁ 26 ବର୍ଷ ପୂର୍ତ୍ତି ଅବସରରେ 27ତମ ପ୍ରତିଷ୍ଠା ଦିବସ ବିଶାଳ ଜନସମୁଦ୍ର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଯେଉଁ ଜନ ସମାଗମ ସୁଚେଇଥିଲା କି ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ପ୍ରତି କଟକ ସଦର ନିର୍ବାଚନ ମଣ୍ଡଳ ଅଞ୍ଚଳବାସୀ ମାନଙ୍କ ଭଲପାଇବା ଅକୁଣ୍ଠ ରହିଛି ଏବଂ ଯାହାକି ଆଗାମୀ 2024 ନିର୍ବାଚନ ପାଇଁ ଶୁଭଙ୍କର ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଇଛି l ଏହି କାର୍ଯ୍ୟକ୍ରମରେ  ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ କଟକ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଦେବାଶିଷ ସାମନ୍ତରାୟ, ଅତିଥି ଭାବେ ଓଡିଶା ଚଳଚିତ୍ର ବିକାଶ ନିଗମ ଅଧକ୍ଷ ସତ୍ୟବ୍ରତ ତ୍ରିପାଠୀ ଯୋଗଦାନ କରି ସ୍ବର୍ଗତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ପ୍ରାକ୍ତନ ମନ୍ତ୍ରୀ କାଳିନ୍ଦୀଚରଣ ବେହେରା ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରକାଶ କରିଥିଲେ କି ବିଜୁ ଜନତା ଦଳ ଆଜି ସମଗ୍ର ଓଡିଶାରେ ଏକ ବିଶାଳ ମହାଦ୍ରୁମ ରେ ପରିଣତ ହୋଇଛି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡିଶାର ସ୍ଥପତି ବିଜୁ ପଟ୍ଟନାୟକଙ୍କ ନାମରେ ଏହାର ନାମକରଣ କରାଯାଇଛି, ବର୍ଷ ବର୍ଷ ଧରି ଓଡିଶାର ଅନ୍ତର୍ଭୂକ୍ତ ବିକାଶ ପାଇଁ ଦଳ ଦ୍ୱାରା କରାଯାଇଥିବା କାର୍ଯ୍ୟ ହେଉଛି ବିଜୁ ପଟ୍ଟନାୟକଙ୍କ ଉତ୍ତରାଧିକାରୀଙ୍କ ପାଇଁ ଏକ ଚରମ ଉତ୍ସର୍ଗ, ଓଡ଼ିଶାବାସୀଙ୍କ ସାମାଜିକ ତଥା ଅର୍ଥନୈତିକ ବିକାଶ ଦିଗରେ କାର୍ଯ୍ୟ କରିବାକୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ନିରନ୍ତର ପ୍ରୟାସ କରିଥିଲେ, ଯାହାକୁ ଆଜି ସଫଳ ରୂପାୟନ କରିପାରିଛନ୍ତି ତାଙ୍କର ସୁପୁତ୍ର ସାଢେ ଚାରିକୋଟି ଓଡ଼ିଆଙ୍କ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପରିଷଦ ସଭାପତି ଶୁଭଦ୍ରା ଦାସ, ଜିଲ୍ଲାପରିଷଦ ବିଳାସ ଭୋଇ, ସରପଞ୍ଚ ସ୍ୱାଧୀନ ଭୁୟାଁ, ବିଜେଡି ନେତା ସରୋଜ ବେହେରା, ରମେଶ ଚନ୍ଦ୍ର ସ୍ୱାଇଁ, ଦିଲ୍ଲୀପ ବିଶ୍ୱାଳ, ଦୁର୍ଗାପ୍ରସାଦ ଦାସ, ଶାରଦା ମହାନ୍ତି, ଛାତ୍ର ସଭାପତି ସଂଗ୍ରାମ ସାହାଣୀ, କିଶୋର ଚନ୍ଦ୍ର ମହାନ୍ତି, ନୃସିଂହ ବିଶ୍ୱାଳ, ଜିଲ୍ଲା ସଭାପତି ପ୍ରମୋଦ ନାୟକ, ଅଚ୍ୟୁତାନନ୍ଦ ଦାସ, ସୁନୀଲ କୁମାର ମଲ୍ଲ, ନିମାଇଁ ଚରଣ ମହାପାତ୍ର ଙ୍କ ସମେତ ବହୁ ଯୁବ, ବରିଷ୍ଟ, ମହିଳା କର୍ମୀ ଯୋଗଦାନ କରିଥିଲେ l

Leave A Reply

Your email address will not be published.