ଚାଉଳ ଓ କିରୋସିନ ନ ପାଇ ଉପଭୋକ୍ତା ହନ୍ତସନ୍ତ: ଯୋଗାଣ ବିଭାଗର ଆଶ୍ଚର୍ଯ୍ୟଜନକ ନୀରବତା

0

ଗୁଣୁପୁର ରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ଠାରେ ଉଚିତ୍ ଭାବେ ଚାଉଳ ଓ କିରୋସିନ ନ ପାଇ ଉପଭୋକ୍ତା ହନ୍ତସନ୍ତ। ଓଡିଶା ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ ବଳରେ ଗୁଣପୁର ମୁନିସିପାଲିଟି ରେ ଯୋଗାଣ ବିଭାଗ ଦ୍ଵାରା ଉଚିତ୍ ରୂପରେ କିରୋସିନ ଓ ଚାଉଳ ପାଇବା ପାଇଁ ହିତାଧିକାରୀ ମାନେ ହନ୍ତସନ୍ତ ହେଉଥିବା ବେଳେ ଯୋଗାଣ ବିଭାଗ ର କିନ୍ତୁ ଏହା ଦେଖିବାକୁ ତରନାହିଁ।

ପୂର୍ବରୁ ଗୁଣପୁର ମୁନିସିପାଲିଟି ରେ ଚାଉଳ ଓ କିରୋସିନ ପାଇବା ନିମନ୍ତେ ବହୁ ସଂଖ୍ୟକ ହିତାଧିକାରୀ ଙ୍କ ନାମ ନମୋଦ ହୋଇଅଛି। ବର୍ତ୍ତମାନ୍ ଏହି ହିତାଧିକାରୀ ଙ୍କ ସହ ଓଡିଶା ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ ବଳରେ 300 ରୁ ଉର୍ଦ୍ଧ ହିତାଧିକାରୀ ଙ୍କ ନାମ ଯୋଡି ହୋଇଯାଇଛି। କିନ୍ତୁ ଦୁର୍ଭାଗ୍ୟ ର ବିଷୟ ମୁନିସିପାଲିଟି ଅଧୀନରେ ଥିବା ଅନେକ୍ ୱାର୍ଡ ବାସିନ୍ଦା ଙ୍କ ନିମନ୍ତେ ଗୋଟିଏ ମାତ୍ର୍ ଯୋଗାଣ କେନ୍ଦ୍ର ରହିଥିବା ବେଳେ ଯୋଗାଣ କେନ୍ଦ୍ର ରେ ସମାଗ୍ରୀ ଯୋଗାଉ ଥିବା କର୍ମଚାରୀ ମାନେ ନିଜ ଇଚ୍ଛା ମୁତାବକ ହଇରାଣ ଓ ହନ୍ତସନ୍ତ କରୁଅଛନ୍ତି। ଗୁଣପୁର ମୁନିସିପାଲିଟି କୁ ନିଜ ଇଙ୍ଗିତ ରେ ଚଳାଉଥିବା ଜଣେ ଶାସକ ଦଳର ରାଜନେତାଙ୍କ ପ୍ରଭାବରେ କିଛି ପ୍ରଭାବ ଶାଳି ବ୍ୟକ୍ତି 10 ରୁ 15 ଲେଖେ ହିତାଧିକାରୀଙ୍କ କାର୍ଡ ଧରି ସମାଗ୍ରୀ ଉଠାଉଥିବା ବେଳେ ଯୋଗାଣ କର୍ମଚାରୀ ମାନେ ତାଙ୍କୁ ସହଯୋଗ କରିଅଛନ୍ତି। ଅନ୍ୟ ପକ୍ଷରେ ପ୍ରକୃତ ହିତାଧିକାରୀ ବୃଦ୍ଧ, ମହିଳା ଓ ଗରିବ ମାନେ ସକାଳ 8 ଘଣ୍ଟ ରୁ ଆସି ପ୍ରତୀକ୍ଷା କରି କରି ଯୋଗାଣ ସମାଗ୍ରୀ ନ ପାଇ ଓଲୋଟା ଯୋଗାଣ କର୍ମ ଚାରି ଙ୍କ ଅସତ୍ ବ୍ୟବହାରର ଶିକାର ହୋଇ ଫେରୁଛନ୍ତି। ଶାସକ ଦଳର ଏହି ପ୍ରଭାବଶାଳୀ ରାଜନେତାଙ୍କ ଯୋଗୁଁ ଯୋଗାଣ କର୍ମଚାରି ମାନେ ନିଜେ ବାହାସ୍ଫୋଟ ମାରୁଛନ୍ତି।

ଗୁଣପୁର ମୁନିସିପାଲିଟି ରେ ହିତାଧିକାରୀ ମାନଙ୍କୁ ଚାଉଳ ଓ କିରୋସିନ ଯୋଗାଇ ଦେବା ନିମନ୍ତେ ଆହୁରି 4ଟି ଯୋଗାଣ କେନ୍ଦ୍ରର ଆବଶ୍ୟକତା ନେଇ କିଛି କାଉନ୍ସିଲର ବାରମ୍ବାର ଦାବି କରିବା ସତ୍ତ୍ଵେ ଅଧିକାରୀ ମାନେ ମୁନିସିପାଲ୍ଟି କୁ ଚଳାଉଥିବା ଏହି ରାଜନେତାଙ୍କ ଇଙ୍ଗିତ ଆସୁନଥିବାରୁ କୌଣସି ପଦକ୍ଷେପ ହୋଇ ପାରୁନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି।

Leave A Reply

Your email address will not be published.