ବିଜେପିରେ ସାମିଲ ହେଲେ ପିସିସିର ପୂର୍ବତନ ସାଧାରଣ ସଂପାଦିକା ଚିତ୍ରଲେଖା ମହାନ୍ତି

0

ଭୁବନେଶ୍ୱର- ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସଂପାଦିକା ଚିତ୍ରଲେଖା ମହାନ୍ତି କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ଡୁନ୍ ଇଂଟରନ୍ୟାସନାଲ ସ୍କୁଲର ପୂର୍ବତନ ଅଧ୍ୟକ୍ଷା ତଥା ଜଣାଶୁଣା ଶିକ୍ଷାବିତ୍ ଶ୍ରୀମତୀ ମହାନ୍ତି ଦୂରଦର୍ଶନର ଘୋଷିକା ଏବଂ ସମାଜସେବୀ ଭାବେ ମଧ୍ୟ ପରିଚିତା ।

ଏଥି ସହ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଭୁବନେଶ୍ୱର ଅଂଚଳର ଜଣାଶୁଣା ସମାଜସେବୀ କୃଷ୍ଣା ବେହେରା, ରଂଜିତା ପରିଡା ଏବଂ ସମାଜସେବୀ ଗଣେଶ ପରିଡା ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଭୁବନେଶ୍ୱର ଛାତ୍ର କଂଗ୍ରେସ ନେତା ଜନ୍ମଜେୟ ରାଉତ (ଲିପୁ), ମିଟୁ ଶ୍ରୀଚନ୍ଦନ ରାୟ ଛାତ୍ର କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ସଦସ୍ୟଙ୍କୁ ଉତରୀୟ ଏବଂ ଟୋପି ପିନ୍ଧାଇ ବିଧିବଦ୍ଧ ଭାବେ ଦଳରେ ସାମିଲ କରିଛନ୍ତି । ଏହି ମିଶ୍ରଣ ପର୍ବରେ ଯୋଗ ଦେଇଥିବା ସମସ୍ତ ନେତା ଓ କର୍ମୀମାନଙ୍କୁ ରାଜ୍ୟ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଗତ ଦୁଇ ଦିନ ତଳେ ବାଲେଶ୍ୱର ଜିଲ୍ଲାର କଂଗ୍ରେସର ଟାଣୁଅ । ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ବିଜେପିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.