ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ଦ୍ଵାରା ପାରଳାଖେମୁଣ୍ଡି ସ୍ଥିତ ଅଟଳ ବିହାରୀ ଉଦ୍ୟାନରେ ଓଡିଶା ସରକାରଙ୍କ ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଯାୟୀ ସାମାଜିକ କାର୍ଯ୍ୟକଳାପ କମିଟି ତରଫରୁ ସଫେଇ ଓ ପରିମଳ ଅଭିଯାନ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼. ରୀନା ସାହୁଙ୍କ ନିର୍ଦ୍ଦେଶରେ ଆୟୋଜିତ ହୋଇଯାଇଛି।
ଏହି ସାମାଜିକ କାର୍ଯ୍ୟକ୍ରମକୁ ପାରଳା ପୋୖରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ତଥା ନୋଡାଲ ଅଧିକାରୀ ଡ଼. ଭାରତୀ ପାଣିଗ୍ରାହୀ ଉଦ୍ଘାଟନ କରିଥିଲେ।
ଆଜିର ଯୁବପିଢୀ ହିଁ ଏଭଳି କାର୍ଯ୍ୟକ୍ରମକୁ ସଫଳ କରିପାରିବେ ବୋଲି ପୋୖରାଧ୍ୟକ୍ଷା ଶ୍ରୀମତୀ ସେଠୀ ଆଲୋକପାତ କରିଥିଲେ। ସେହିଭଳି ନୋଡାଲ ଅଧିକାରୀ ଡ଼. ପାଣିଗ୍ରାହୀ ସାମାଜିକ କାର୍ଯ୍ୟକଳାପ ସଫେଇ ଓ ପରିମଳ ଦ୍ଵାରା ପରିବେଶ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉପରେ ସ୍ଵପ୍ରଭାବ ପଡିବ ବୋଲି କହିଥିଲେ।
ଏହି ସଫେଇ ଓ ପରିମଳ ଅଭିଯାନରେ ମହାବିଦ୍ୟାଳୟର ଅଧିକାଂଶ ଛାତ୍ରୀ ମାନେ ଓ ସାମାଜିକ କାର୍ଯ୍ୟକଳାପ କମିଟିର ସଦସ୍ୟ ତଥା ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଅଭିଯାନକୁ ସଫଳ ପୂର୍ବକ କାର୍ଯ୍ୟ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମ ସାମାଜିକ କମିଟିର ମୁଖ୍ୟ ସଦସ୍ୟ ଅଧ୍ୟାପକ କୃଷ୍ଣଚନ୍ଦ୍ର ପଣ୍ଡିତ ଓ ସହଯୋଗୀ ସଦସ୍ୟ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.