ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୬/୧୨/୨୩ : ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ଆଜି ସଙ୍କୁଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଚୌଧୁରୀ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାବଣାଗୁଡ଼ା ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ତ୍ରିନାଥ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଙ୍କୁଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ର ଉଦଘାଟନ କରିଥିଲେ।ମୁଖ୍ୟ ଅତିଥି ତ୍ରିନାଥ ବାରିକ ଦ୍ଵିପ ପ୍ରଜ୍ବଳନ ପରେ ଛାତ୍ରଛାତ୍ରୀଙ୍କୁ କ୍ରୀଡା ର ଉପାଦେୟତା ସମ୍ବନ୍ଧରେ କହିଥିଲେ। ପାଠ ସହ କ୍ରୀଡା କୁ ଅଗ୍ରାଧିକାର ଦେବାକୁ କହିଥିଲେ। ଖେଳିବା ଦ୍ଵାରା ଶାରୀରିକ ବ୍ୟାୟାମ ସହ ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିଥାଏ ବୋଲି କହିଥିଲେ। ଏହାପରେ ମଶାଲ ସ୍ଥାପନ କରି କ୍ରୀଡା ର ଉଦଘାଟନ କରିଥିଲେ।ଉମରକୋଟ ସଙ୍କୁଳ ର ଡାବୁଗାଁ, ରାଇଘର, ପୁର୍ଲ୍ଲା , ଚନ୍ଦା ହାଣ୍ଡି ,ଜାମ ରୁଣ୍ଡା ଓ ଉମରକୋଟ ସରସ୍ଵତୀ ଶିଶୁ ମନ୍ଦିର ର ୯୦ ଜଣ ବାଲ ଓ ଶିଶୁ ବର୍ଗର ପ୍ରତିଯୋଗୀ ଭାଗ ନେଇଥିଲେ। ବାଲ ଓ ଶିଶୁ ବର୍ଗର ପିଲାଙ୍କ ମଧ୍ୟରେ ଦୌଡ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଲୁହା ହାତ ଗୋଳା ଫିଙ୍ଗା, ଥାଳିଆ ଫିଙ୍ଗା ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା।ଅପରାହ୍ନରେ ସଙ୍କୁଳ ସାଯୋଜକ ଭାସ୍କର ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସଙ୍କୁଳ ସ୍ତରୀୟ କ୍ରୀଡା ରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ମାନେ ଆଗାମୀ ଜାନୁୟାରୀ ପ୍ରଥମ ସପ୍ତାହ ରେ କୋରାପୁଟ ରେ ହେବାକୁ ଥିବା ସମ୍ଭାଗ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ର ସମ୍ପାଦକ ସଞ୍ଜୟ କୁମାର ପାଢୀ ଯୋଗ ଦେଇଥିବା ବେଳେ ସଙ୍କୁଳ ର ୬ ଟି ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଓ ଗୁରୂମା ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post