ନବ ନିଯୁକ୍ତ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଶୁଭ ଜିତ ପାଣିଗ୍ରାହୀଙ୍କୁ ଡାବୁଗାଁରେ ବିପୁଳ ସମ୍ବର୍ଦ୍ଧନା

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୬/୧୨/୨୩ : ନବ ନିଯୁକ୍ତ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଡାବୁଗାଁ ର ଶୁଭ ଜିତ ପାଣିଗ୍ରାହୀ ଙ୍କୁ ଆଜି ସନ୍ଧ୍ୟାରେ ବ୍ଲକ ବିଜେପି ତରଫରୁ ବିପୁଳ ସମ୍ବର୍ଦ୍ଧନା ଦିଆ ଯାଇଛି। ଦଳୀୟ କର୍ମୀ ମାନେ ଡାବୁଗାଁ ତାରିଣୀ ମନ୍ଦିର ୪ ଛକ ନିକଟରେ ଶୁଭଜିତ ପାଣିଗ୍ରାହୀ ( ଦିପୁନ) ଙ୍କୁ ଫୁଲ ମାଳ ପିନ୍ଧାଇ ଆତସ ବାଜି କରିବା ସହ ମିଷ୍ଟାନ୍ନ ବାଣ୍ଟିଥିଲେ। ପୂର୍ବରୁ ଶୁଭ ଜିତ ପାଣିଗ୍ରାହୀ ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ବେଳେ ଡାବୁଗାଁ ରେ ଦଳୀୟ ସଙ୍ଗଠନ ଦୃଢ କରିବା ସହ ବିଜେପି ର ଜେ କୌଣସି କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେଇ ସକ୍ରିୟ ଅଂଶ ଗ୍ରହଣ କରିବା ଫଳ ସ୍ୱରୂପ ଆଜି ବିଜେପି ତରଫରୁ ଯୁବ ସାଧାରଣ ସମ୍ପାଦକ ପଦରୁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପରି ଗୁରୁ ଦାୟିତ୍ବ ଦିଆ ଯାଇଛି। ଆଜି ଅପରାହ୍ନରେ ଉମରକୋଟ ଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେର କେଟା ବିଧିବଦ୍ଧ ଭାବେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଭାବେ ଶୁଭ ଜିତ ପାଣିଗ୍ରାହୀଙ୍କ ନାମ ଘୋଷଣା କରିଥିଲେ।ବିଜେପି ର ଜଣେ ଦକ୍ଷ ଯୁବ ସଂଗଠକ ଭାବେ ଶୁଭ ଜିତ ପାଣିଗ୍ରାହୀ ଏହି ସଫଳତା ପାଇବା ପରେ ଡାବୁଗାଁ ବ୍ଲକ ରେ ଯୁବ ବର୍ଗ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଜଗଦୀଶ ବିଶୋଇ, ପୂର୍ବତନ ବିଜେପି ସାଂସଦ ପର୍ଶୁରାମ ମାଝୀ, ବରିଷ୍ଠ ବିଜେପି ନେତା ଦିବାନ ସିଂ, ପିଣ୍ଟୁ ଅଗ୍ରୱାଲ, ଜୋନ ୨ ବିଜେପି ସଭାପତି ଜେ ରାଜ ଶେଖର ରାଓ, ବିଜେପି ଜୋନ ୧ ଯୁବ ମୋର୍ଚ୍ଚା ସଭାପତି ଜଗଦୀଶ ଭତରା, ଜୋନ ୨ ସଭାପତି ୱାଇ ରାଜ ଶେଖର ଦୋରା,ମନୋଜ ପାତ୍ର, ଜି ସତ୍ୟା ରାଓ, ରତନ କଲାର, ନରୁ ସିଂ, ମୁନା ପଣ୍ଡା, ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.