ହତ୍ୟା ଘଟିବାର 24 ଘଣ୍ଟା ମଧ୍ୟରେ ପର୍ଦାଫାସ କୋଲା ରାୟଗଡା ପୋଲିସ !

0

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଆଜି ରାୟଗଡା ପୋଲିସ କୁ ମିଳିଛି ବଡ ସଫଳତା ହତ୍ୟା ଘଟିବାର 24 ଘଣ୍ଟା ମଧ୍ୟ୍ୟରେ ପର୍ଦାଫାସ କଲା ରାୟଗଡା ପୋଲିସ ! ଗତକାଲି 15 ତାରିଖ ମହିଳା ବିଦ୍ୟାଳୟ ନିକଟରେ, ଦିନ ପ୍ରାୟ 10 ଘଣ୍ଟା ସମୟରେ ଅଜଣା ୩ ଟି ବ୍ୟକ୍ତି ନୃଶଂସ ଭାବେରେ ଛାତିରେ ଛୁରି ମାରି ମରଣାନ୍ତକ ଆକ୍ରମଣ କରିଥିବା ଯୋଗୁଁ ଘଟଣା ସ୍ଥଳରେ ଯୁବକ ଜଣକ ରକ୍ତାକ୍ତ ହୋଇ ଟଳି ପଡ଼ିଲେ। ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ଙ୍କ ଭଣଜା କରେଡ଼ା ପଞ୍ଚାୟତ ର ଖିଲମିଶ ଗୁଡ଼ା ବାସିନ୍ଦା ପ୍ରମୋଦ କୁମାର କୋଲକା ବୟସ 24 ବର୍ଷ ରାୟଗଡା ସ୍ଵଂୟ ଶାସିତ ମହାବିଦ୍ୟାଳୟ ର ଯୁକ୍ତ 3 ଦୂତୀୟ ବର୍ଷ ପାଠ ପଢୁଥିଲେ ! ଗଙ୍ଗାଧର ପୁଆଲା ଙ୍କ ଝିଅକୁ ବିଦ୍ୟାଳୟରୁ ନେଇ ଆସୁଥିବା ସମୟରେ ଘଟିଥିଲା ଏଭଳି ଘଟଣା । ରାୟଗଡ଼ା ପୋଲିସ ଅନୁସନ୍ଧାନ ସମୟରେ ଜଣାପଡିଛି ଯେ ମୃତ ପ୍ରମୋଦ କୁମାର କୋଲାକା ପ୍ରଧାନ ଅଭିଯୁକ୍ତ ଦୀପନ କୁମାର ହିମିରିକାଙ୍କ ଭଉଣୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ।ଉଭୟ ପ୍ରମୋଦ ଏବଂ ଦିପାନଙ୍କ ଭଉଣୀ ପରିବାର ସଦସ୍ୟଙ୍କ ନିଷ୍ପତ୍ତି ବିରୋଧରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।ଏବଂ ମୃତ ପ୍ରମୋଦ କୁମାର କୋଲାକାଙ୍କ ପରିବାର ମଧ୍ୟରେ ବହୁଦିନ ଧରି ବିବାଦ ଲାଗି ରହିଥିଲା। ଦିପାନ କୁମାର ହିମିରିକା ଅନେକ ଥର ମୃତଙ୍କୁ ତାଙ୍କ ଭଉଣୀଠାରୁ ଅଲଗା ରହିବାକୁ କହିଥିଲେ କିନ୍ତୁ ଶୁଣିନଥିଲେ। ମୁଖ୍ୟ ଅଭିଯୁକ୍ତ ଦିପାନ କୁମାର ହିମିରିକା ତାଙ୍କର ଶତ୍ରୁ, ତାଙ୍କ ଭଉଣୀ ସହିତ ପ୍ରେମ ସଂପର୍କରେ ଅଛି ତେଣୁ ସେ ପ୍ରମୋଦଙ୍କୁ ହତ୍ୟା କରିବାକୁ ସ୍ଥିର କରିଥିଲା ଏବଂ ତାଙ୍କର ଦୁଇ ବନ୍ଧୁ ଯଥା ମୁରଲୀ କୋଣ୍ଡାଗୋରି ଏବଂ ରାଜୁ ହେମନ୍ତା , ଜିଲାକାରା ଙ୍କ ସହ ହାତ ମିଳାଇ ଯୋଜନା କରିଥଲେ । ଉଭୟ ମୁରଲୀ କୋଣ୍ଡାଗୋରୀ , ରାଜୁ ହେମନ୍ତା, ଜିଲାକରା ମଧ୍ୟ ରାୟଗଡାରେ ରହି ମୋଟରସାଇକେଲ ଗ୍ୟାରେଜରେ କାମ କରୁଥିଲେ ! ଯୋଜନା ବୋଧ ଭାବେ ସମସ୍ତ ଅଭିଯୁକ୍ତ ବ୍ୟକ୍ତି ଏକ ସୁଜୁକି ଆକ୍ସେସ୍ ସ୍କୁଟି ମାଧ୍ୟମରେ ଘଟଣାସ୍ଥଳକୁ ଯାଇଥିଲେ ଏବଂ ସେଠାରେ ହତ୍ୟାକାଣ୍ଡ ଘଟେଇଥିଲେ ! ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ସେମାନେ ପ୍ରମୋଦ କୁମାର କୋଲାକା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବାରୁ ସେମାନେ ନିଜ ଦୋଷ ସ୍ୱୀକାର କରିଛନ୍ତି। ଅପରାଧର ବ୍ୟବହୃତ ଅସ୍ତ୍ର ଅର୍ଥାତ୍ ରକ୍ତରେ ଦାଗ ହୋଇଥିବା ଏକ ଛୁରୀ ସମ୍ପୃକ୍ତ ଅଭିଯୁକ୍ତଙ୍କ ନିକଟରୁ ଜବତ କରାଯାଇଛି। ତେବେ ତଦନ୍ତ ଜାରି ରହିଛି ଅନ୍ୟ ବ୍ୟକ୍ତି ସମ୍ପୃକ୍ତି ବିଷୟକୁ ନେଇ ଅଭିଯୁକ୍ତଙ୍କୁ ଯାଞ୍ଚ ଚାଲିଛି।

Leave A Reply

Your email address will not be published.